Below header

ଅଭିଯୋଗ ଶୁଣାଣି ଶିବିରରେ ଦିବ୍ୟାଙ୍ଗ ଯୁବକଙ୍କ ଅଜବ ଗୁହାରୀ, ଜିଲ୍ଲାପାଳଙ୍କୁ କହିଲେ ଜୀବନସାଥୀ ଖୋଜିଦେବାକୁ

ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ନିବେଦନ କରିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ ।

ଅନୁଗୋଳ(କେନ୍ୟୁଜ୍):  ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଗରିବ ଗୁରୁବା, ଅସହାୟ ଲୋକେ ଏଠାକୁ ଆସିଥାନ୍ତି ନିଜ ଅସୁବିଧା ବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ । ଯାହା ଫଳରେ ଜିଲ୍ଲାପାଳ ଯେମିତି ସମସ୍ୟା କୁ ଗୁରୁତର ସହ ନେଇ ସମାଧାନର ବାଟ ବାହାର କରିବେ । ଠିକ୍ ଏମିତି ଏକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଯେଉଁଠି ଏକ ଅଜବ ଧରଣର ଅଭିଯୋଗ ଶୁଣିବାକୁ ମିଳିଥିଲା ।

ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ କରିଥିଲେ ନିବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଗତକାଲି ଚାଲିଥିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଏହି ଅଭିଯୋଗ ଶୁଣାଣି ବେଳେ ନୂଆଁପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନ ପୁଅ ସଞ୍ଜୀବ ମହାପାତ୍ର ନିଜ ଅଭିଯୋଗ ନେଇ ଆସିଥିଲେ ।

ତେବେ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ତାଙ୍କ ପାଇଁ ଜୀବନ ସାଥୀ ଖୋଜି ଦିଆଯାଉ। ସେ ତାଙ୍କ ଦରଖାସ୍ତରେ ନିଜେ ଭିନ୍ନକ୍ଷମ ହୋଇଥିବା ବେଳେ ବାପା – ମା ବୃଦ୍ଧ ହୋଇ ଗଲେଣି ଏବଂ ବଡ ଭାଇ ଅଲଗା ରହୁଥିବାରୁ ତାଙ୍କ ଚଳଣିରେ ଅସୁବିଧା ହେଉଛି ବୋଲି ଦର୍ଶାଇଥିଲେ । ଏଥିପାଇଁ ତାଙ୍କର ଜୀବନସାଥି ନିହାତୀ ଆବଶ୍ୟକ ବୋଲି ଗୁହାରି କରିଥିଲେ ।

ତେବେ ସେ ଭିନ୍ନକ୍ଷମ ଯୋଗୁଁ ତାଙ୍କୁ କେହି ଝିଅ ଦେଉ ନାହାନ୍ତି , ଏଣୁ ସେ ଜିଲ୍ଲାପାଳଙ୍କୁ ଜୀବନସାଥୀ ଖୋଜି ଦେବାକୁ କହିଥିଲେ । ଯାହାଦ୍ବାରା ସେ ଉପକୃତ ହେବେ ବୋଲି ନିବେଦନ କରିଥିଲେ । ଏପଟେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଏମିତି ଅଭିଯୋଗ ଶୁଣି ଉପସ୍ଥିତ ଲୋକେ ତଥା ଉପସ୍ଥିତି ଅଧିକାରୀମାନେ ଆଶ୍ଚର୍ଯ୍ୟ ଚକିତ ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.