୨୨ ଘଣ୍ଟା ପରେ ସାଳିନ୍ଦୀରେ ଭାସି ଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

ସାଳିନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡ଼ିଆଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁ ଖୋଜାଖୋଜି କରିବାର ୨୨ ଘଣ୍ଟା ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଦମକଳବାହିନୀ। ଉଦ୍ଧାର ହୋଇଥିବା କାଉଡ଼ିଆ ହେଲେ ସାନଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼, ଅନ୍ୟ ଜଣେ କାଉଡ଼ିଆ ଏବେବି ନିଖୋଜ ଅଛନ୍ତି।

ସୋର (କେନ୍ୟୁଜ) : ସାଳିନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁ ଖୋଜାଖୋଜି କରିବାର ୨୨ ଘଣ୍ଟା ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଦମକଳବାହିନୀ। ଉଦ୍ଧାର ହୋଇଥିବା କାଉଡ଼ିଆ ହେଲେ ସାନଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ।

ସୂଚନା ଅନୁସାରେ ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ଉପରେ ସାଳିନ୍ଦୀ ନଦୀରେ ଭାସି ଯାଇଥିଲେ ୨ ଜଣ କାଉଡ଼ିଆ ନିଖୋଜ ଥିବା ବେଳେ ଆଜି ସକାଳେ ଓଡ୍ରାଫ୍ ଟିମ୍ ସାଳନ୍ଦୀ ନଦୀରୁ ଦୁହିଁଙ୍କୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.