Below header

ଗଞ୍ଜାମ ଘଟଣା ପରେ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ମିଟର ରିଡିଂ କର୍ମଚାରୀ

ମିଟର  ରିଡିଂ , ବିଦ୍ୟୁତ୍ ବିଲ୍ ଏବଂ ବିଦ୍ୟୁତ୍ ବ୍ୟବସ୍ଥା କୁ ନେଇ କେତେକ ସ୍ଥାନରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ , କୁପାଟୀ ଗାଁ ରେ ଘଟିଥିବା ଏଭଳି ନାରକୀୟ କାଣ୍ଡକୁ ସାଧାରଣରେ ନିନ୍ଦା କରାଯାଉଛି । ସେହିଭଳି ଏହି ଘଟଣା ପରେ , ମିଟର ରିଡିଂ କର୍ମଚାରୀ ମାନେ ଏବେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ।

ଭଞ୍ଜନଗର (କେନ୍ୟୁଜ): ଗତକାଲି ଘଟିଥିଲା ଛାତିଥରା ଘଟଣା । ବିଦ୍ୟୁତ୍ ଗ୍ରାହକଙ୍କ ଘର ଆଗରେ ପଡ଼ିଥିଲା , ମିଟର ରିଡିଂ କର୍ମଚାରୀ ରକ୍ତ ଜୁଡୁବୁଡୁ ମୃତଦେହ । ଅତି ନୃଶଂସ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲା ଘର ମାଲିକ । ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମିଟର ରିଡିଂ କର୍ମଚାରୀ ଜଣକ ହେଲେ , ନିକଟସ୍ଥ ଗାଲେରୀ ଗାଁ ର ଲକ୍ଷ୍ମୀନାରାୟଣ ତ୍ରିପାଠୀ ।

ଖବର ମୁତାବକ, ଗତକାଲି ସୋମବାର ସକାଳେ ମିଟର ରିଡିଂ ନେବାକୁ କୁପାଟୀ ଗାଁ କୁ ଯାଇଥିଲେ ଲକ୍ଷ୍ମୀନାରାୟଣ । ଗାଁ ମୁଣ୍ଡରେ ନିଜ ବାଇକ୍ ରଖି ଘର ଘର ବୁଲି ମିଟର ରିଡିଂ ନେଉଥିଲେ । ଏହି ସମୟରେ ଗାଁ ର ଗୋବିନ୍ଦ ସେଠୀ ଙ୍କ ଘରକୁ ମଧ୍ୟ ଯାଇଥିଲେ ମିଟର ରିଡିଂ ନେବାକୁ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଗୋବିନ୍ଦ ସେଠୀ ଉତକ୍ଷିପ୍ତ ହୋଇ ଏକ ଖଣ୍ଡାରେ , ଲକ୍ଷ୍ମୀନାରାୟଣଙ୍କ ବେକ ଓ ହାତ କୁ ହାଣି ଦେଇଥିଲା । ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀନାରାୟଣ ଙ୍କ ମୃତ୍ୟୁ ହୋଇଥିଲା

ଘଟଣା ପରେ ଅଭିଯୁକ୍ତ ଗୋବିନ୍ଦ ଘର ଭିତରେ ଲୁଚିଥିବା ବେଳେ , ଖବର ପାଇ କିଛି ଲୋକ  ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗୋବିନ୍ଦକୁ ଧରିବା ପାଇଁ ଯାଇଥିବା ବେଳେ , ଆଉ ଦୁଇଜଣଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଧରିବା ସହ ଭଂଜନଗର ମେଡିକାଲରେ ଭର୍ତି କରିଛି ।

death 3

ଏପଟେ ଖବର ପାଇ , କୁପାଟୀ ଗାଁରେ ଅନ୍ୟ ମିଟର ରିଡିଂ କର୍ମଚାରୀ ମାନେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ , ମୃତକଙ୍କ ପରିବାରର ଜଣକୁ ଚାକିରି ଦେବାପାଇଁ ଦାବି କରି ଧାରଣା ଦେଇଥିଲେ । ତେବେ ଗତକାଲି ରାତି ପ୍ରାୟ ୧.୩୦ ସମୟରେ ଧାରଣା ଭଙ୍ଗ କରିଥିଲେ ମିଟର ରିଡିଂ କର୍ମଚାରୀ । ଇନସୁରାନ୍ସ ଏବଂ ଅନ୍ୟାନ୍ୟ ବାବଦକୁ ୧୬ ଲକ୍ଷ ୨୫ ହଜାର ଟଙ୍କା , ମୃତକଙ୍କ ପୁଅକୁ ଟାଟା ପାୱାର କମ୍ପାନୀରେ ଚାକିରି ଏବଂ ସ୍ତ୍ରୀଙ୍କୁ ପେନସନ୍ ଦେବା ପାଇଁ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରୁ ଉଠିଥିଲେ ମିଟର ରିଡିଂ କର୍ମଚାରୀ ମାନେ ।

ଅନ୍ୟପକ୍ଷରେ ମୃତ ଲକ୍ଷ୍ମୀନାରାୟଣ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିଲେ । ପରିବାର ଲୋକେ ଏବେ ଅସହାୟ ହୋଇ ପଡ଼ିଛନ୍ତି । ଘଟଣା ସ୍ଥଳରେ ତାରାସିଙ୍ଗି ଥାନା , ବେଲଗୁଣ୍ଠା ଥାନା , ଗାଲେରୀ ଫାଣ୍ଡି ଏବଂ ଭଂଜନଗର ଏସଡିପିଓ ପହଞ୍ଚି ତଦନ୍ତ କରିଛନ୍ତି । ତେବେ କେଉଁ କାରଣରୁ ଏଭଳି ହତ୍ୟା ଘଟିଲା ତାହା ଅସ୍ପଷ୍ଟ ରହିଥିବା ବେଳେ , ଘଟଣାର ସତ୍ୟତା ନେଇ ପୋଲିସ୍ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ମିଟର ରିଡିଂ ନେବା ପରେ , ବିଲ୍ ରେ ଅଧିକ ଟଙ୍କା ଆସିଥିବାରୁ ଏଭଳି ଘଟଣା ଘଟିଥିବା , ଗାଁ ରେ ଆଲୋଚନା ହେଉଛି । ତେବେ ପୋଲିସ୍ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ , ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ମିଟର  ରିଡିଂ , ବିଦ୍ୟୁତ୍ ବିଲ୍ ଏବଂ ବିଦ୍ୟୁତ୍ ବ୍ୟବସ୍ଥା କୁ ନେଇ କେତେକ ସ୍ଥାନରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ , କୁପାଟୀ ଗାଁ ରେ ଘଟିଥିବା ଏଭଳି ନାରକୀୟ କାଣ୍ଡକୁ ସାଧାରଣରେ ନିନ୍ଦା କରାଯାଉଛି । ସେହିଭଳି ଏହି ଘଟଣା ପରେ , ମିଟର ରିଡିଂ କର୍ମଚାରୀ ମାନେ ଏବେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.