Below header

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ନିଶା ସେବନ କରିଥିବା ସ୍ପଷ୍ଟ !

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ । ତାଙ୍କ ମୃତଦେହକୁ ନିଶାଦ୍ରବ୍ୟର ନମୁନା ମିଳିଛି ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଲଜରେ ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ କେବେ ହଟିବ ପରଦା । ଦିନ ବିତିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ । ତାଙ୍କ ମୃତଦେହକୁ ନିଶାଦ୍ରବ୍ୟର ନମୁନା ମିଳିଛି । ତେବେ ଏହା ନିଶା ଦ୍ରବ୍ୟ ନା ବିଷ ସ୍ପଷ୍ଟ ହୋଇନାହିଁ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ସୂଚନା ମିଳିଛି । ଏଥିପାଇଁ ଷ୍ଟେଟ୍ ଫୋରେନସିକ୍ ଲାବକୁ ପଠାଯାଇଛି ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ଓ ପୋଷ୍ଟମର୍ଟମ ରିପୋର୍ଟ ।

ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେନେଇ ତଦନ୍ତ ଚାଲିଛି । ଯଦି ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ ତେବେ କାହିଁକି ? ନିଶା ସେବନ ବେଳେ ରୁମରେ ତାଙ୍କ ସହ ଅନ୍ୟ କେହି ଥିଲେ କି ? ନା କୌଣସି ମାନସିକ ଅବସାଦ ଯୋଗୁ ନିଶା ସେବନ କରି ଆତ୍ମହତ୍ୟା କରିଛନ୍ତି କି ଶୁଭଲକ୍ଷ୍ମୀ ? ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ବାର କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡକୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଆଜି ଶୁଭଲକ୍ଷ୍ମୀଙ୍କ ସହ ସମ୍ରର୍କରେ ଥିବା ତୃତୀୟ ଯୁବକକୁ ଜେରା ହେବ । ଏହାପରେ ନୂଆ ତଥ୍ୟ ମିଳିପାରେ । ଦୀପାଳି ବାରରେ ଥିବା ଲଜର ୨୦୫ ନମ୍ବର ରୁମରୁ ନେଇ ରହସ୍ୟ ବି ବଢୁଛି । ପୋଲିସ ଆସିବା ପୂର୍ବରୁ ବାର୍ କର୍ମଚାରୀ କାହିଁକି ରୁମ୍ କବାଟ ଖୋଲିଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.