ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ, ସ୍ତ୍ରୀ ସହ ପରକୀୟା ପ୍ରୀତି ଥିବା ସନ୍ଦେହ

ଭୁବନେଶ୍ୱର ପାଣ୍ଡରା କିମ୍ଭିରିଆ ବସ୍ତିରେ ଯୁବକଙ୍କ ଉନ୍ମୁତ କାଣ୍ଡ। ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଛୁରା ମାଡ଼ କରିଛି ଯୁବକ। ଏହି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପାଣ୍ଡରା କିମ୍ଭିରିଆ ବସ୍ତିରେ ଯୁବକଙ୍କ ଉନ୍ମୁତ କାଣ୍ଡ। ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଛୁରା ମାଡ଼ କରିଛି ଯୁବକ। ଏହି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାଇ ଛୁରା ମାଡ଼ କରିଥିବା ଯୁବକ ହେଉଛନ୍ତି ସେମାନଙ୍କ ସମ୍ପର୍କୀୟ ଭାଇ । ଉକ୍ତ ଯୁବକକୁ ସ୍ତ୍ରୀଙ୍କ ସହ ଘରେ ଦେଖି ସ୍ୱାମୀ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ଯୁବକ ଜଣଙ୍କ ଆକ୍ରମଣ କରିଥିଲେ । ସେ ଛୁରୀରେ ସ୍ୱାମୀଙ୍କ ବେକ କାଟୁଥିବା ବେଳେ ତାଙ୍କୁ ଛଡ଼ାଇବାକୁ ଯାଇ ସ୍ତ୍ରୀଙ୍କ ହାତ କଟିଛି। ଉକ୍ତ ଯୁବକଙ୍କ ସହ ସ୍ତ୍ରୀର ପ୍ରେମ ସମ୍ପର୍କ ଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ ହୋଇଥିବା ପୋଲିସ ସୂଚନା ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.