ଇମ୍ୟୁନିଟି ବଢ଼ାଇବା ସହ ତ୍ୱଚା ସମସ୍ୟାକୁ ଦୂର କରିଥାଏ ଏହି ୫ଟି ହେଲଦି ଡ୍ରିଙ୍କ୍ସ

୫ଟି ହେଲଦି ଡ୍ରିଙ୍କ୍ସ ପିଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ତାହା ନୁହେଁ ଏହା ତ୍ୱଚାକୁ ଗ୍ଲୋ ଏବଂ ହେଲଦି କରିଥାଏ । ଯଦି ଆପଣ ୟଙ୍ଗ୍‌ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦିନର ଆରମ୍ଭ ଏହି ଚା’ରୁ କରନ୍ତୁ । ଏହି ଚା’ର ବିଶେଷ ଗୁଣ ହେଉଛି ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଋତୁରେ ପରିବର୍ତ୍ତନ ହେବା ସହିତ ଆମ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଏହା ସହିତ କିଛି ହେଲଦି ଡ୍ରିଙ୍କ୍ସ ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ହେଲଦି ଡ୍ରିଙ୍କ୍ସ ଗୁଡ଼ିକ କେବଳ ଥଣ୍ଡା ଥାଏ ତାହା ନୁହେଁ କିଛି ଗରମ ହେଲଦି ଡ୍ରିଙ୍କ୍ସ ମଧ୍ୟ ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି ୫ଟି ଗରମ ହେଲଦି ଡ୍ରିଙ୍କ୍ସ ବିଷୟରେ ଜଣାଇବୁ, ଯାହା ପିଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ତାହା ନୁହେଁ ଏହା ତ୍ୱଚାକୁ ଗ୍ଲୋ ଏବଂ ହେଲଦି କରିଥାଏ । ଗ୍ଲୋଇଙ୍ଗ ଏବଂ ହେଲଦି ସ୍କିନ ପାଇଁ କ’ଣ କରିବା ଆସନ୍ତୁ ଜାଣିବା ।

୧. ଗ୍ରୀନ୍ ଟି:
ଗ୍ରୀନ୍‌ ଟିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି- ଇନଫ୍ଳାମେଟୋରୀ ଗୁଣ ଥାଏ । ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହ ବୟସ ବଢ଼ିବାର ପ୍ରଭାବ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ଯଦି ଆପଣ ୟଙ୍ଗ୍‌ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦିନର ଆରମ୍ଭ ଏହି ଚା’ରୁ କରନ୍ତୁ । ଏହି ଚା’ର ବିଶେଷ ଗୁଣ ହେଉଛି ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

୨. ହର୍ବାଲ୍ ଟି:
ହର୍ବାଲ୍‌ ଟି, ଯେପରିକି ପେପରମିଣ୍ଟ, ଡାଣ୍ଡିଲିୟନ ଏବଂ ଗୋଲାପ ଆଦିରେ ପ୍ରସ୍ତୁତ ହେଉଥିବା ଚା’ ମଧ୍ୟ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଭଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସଡାଣ୍ଟରେ ଭରପୁର ଥାଏ, ଯାହା ଗ୍ଲୋଇଙ୍ଗ ସ୍କିନ ପାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହି ଚା’ ଶରୀରକୁ ଡିଟକ୍ସିଫାଏ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଯାହାଦ୍ୱାରା ତ୍ୱଚା ଭିତରୁ ହେଲଦି ଅନୁଭବ କରିବା ଆରମ୍ଭ କରେ ।

୩. ମସଲା ପାଣି:
ଦୈନନ୍ଦିନ ଜୀବନରେ ବ୍ୟବହୃତ ବିଭିନ୍ନ ପ୍ରକାର ମସଲାକୁ (ଗୋଟିଏ ପରେ ଗୋଟିଏ କିମ୍ବା ଏକାଠି) ପାଣିରେ ଫୁଟାଇ ଏକ ସାଧା ଡ୍ରିଙ୍କ୍ସ ପ୍ରସ୍ତୁତ କରାଯାଇପାରିବ । ଏହା ତ୍ୱଚା ପାଇଁ ଚମତ୍କାର ଭାବେ କାମ କରିଥାଏ । ହଳଦୀ, ମେଥୀ ମଞ୍ଜି, ଡାଲଚିନି ଏବଂ ଜୀରା ଭଳି ମସଲାରେ ପ୍ରସ୍ତୁତ ହେଲଦି ଡ୍ରିଙ୍କ୍ସ ତ୍ୱଚାକୁ ଚମକାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ସହିତ ଏହି ଡ୍ରିଙ୍କ୍ସ ଶରୀରକୁ ଭିତରୁ ସଫା କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ।

୪. ହଳଦୀ କ୍ଷୀର:
କେବଳ ହଳଦୀ ପାଣି ନୁହେଁ ବରଂ ହଳଦୀ କ୍ଷୀର ମଧ୍ୟ ଏକ ଚମତ୍କାର ଡ୍ରିଙ୍କ୍ସ ଭାବେ ଲାଭକାରୀ ହୋଇଥାଏ । ଏହି ଡ୍ରିଙ୍କ୍ସକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ । ଏହି ଚମତ୍କାରୀ ମସଲା ପ୍ରାଚୀନ କାଳରୁ ହିଁ ନିଜର ଔଷଧୀୟ ଗୁଣ ପାଇଁ ବେଶ ଜଣାଶୁଣା । ହଳଦୀ କ୍ଷୀର ହେଉଛି ଲୋକପ୍ରିୟ ହେଲଦି ଡ୍ରିଙ୍କ୍ସ, ଯାହା ତ୍ୱଚାର ଯତ୍ନ ନେବାରେ ସାହାଯ୍ୟ କରିଥାଏ । ଅସୁସ୍ଥତା ସମୟରେ ଏହାକୁ ପିଇ ପାରିବେ ।

୫. ମସଲା କ୍ଷୀର:
କ୍ଷୀରରୁ ପ୍ରସ୍ତୁତ ଆଉ ଏକ ଡ୍ରିଙ୍କ୍ସ ଯାହା ଆପଣ ନିଶ୍ଚିତ ଭାବେ ଡାଏଟରେ ସାମିଲ କରିପାରିବେ । ଏହା ହେଉଛି ମସଲା ଯୁକ୍ତ କ୍ଷୀର । ଏଥିରେ କେବଳ ମସଲା ଥାଏ ତାହା ନୁହେଁ ଏଥିରେ ବାଦାମର ଗୁଣ ମଧ୍ୟ ସାମିଲ ଥାଏ । ଏହି କ୍ଷୀର ପାଇଁ ଆପଣ ପ୍ରଥମେ ବାଦାମର ମିଶ୍ରଣକୁ ପୂର୍ବରୁ ପ୍ରସ୍ତୁତ କରି ରଖି ପାରିବେ ଏବଂ ଏହାକୁ ପରେ ବ୍ୟବହାର କରିବା ପାଇଁ ଷ୍ଟୋର କରି ରଖିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.