Below header

ଧରାପଡିଲା ହାଡିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ, ବାବା ବେଶରେ ୨ ବର୍ଷ ଧରି ଲୁଚିଥିଲା ସୈତାନ

କଟକ ସତିଚୌରା ଛକ ନିକଟସ୍ଥ ମଦ ବ୍ୟବସାୟୀ ହାଡ଼ିଆଙ୍କୁ ହାଣି ହତ୍ୟା କରିଥିଲେ ଏକାଧିକ ବ୍ୟକ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିଲା ହତ୍ୟାକାଣ୍ଡ ।

କଟକ(କେନ୍ୟୁଜ୍): ବାବା ବେଶରେ ୨ ବର୍ଷ ଧରି ଲୁଚିଥିଲା ସୈତାନ । ଧରାପଡ଼ିଲା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଦୀପକ ମଲ୍ଲିକକୁ ଢେଙ୍କାନାଳରୁ ଗିରଫ କରିଛି କଟକ ବିଡାନାସୀ ଥାନା ପୋଲିସ । ଆଜି କୋର୍ଟ ଚାଲାଣ କରିବ ପୋଲିସ । ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିଲା ଅଭିଯୁକ୍ତ । ବାବା ବେଶରେ ନିଜକୁ ଆତ୍ମଗୋପନ କରିଥିଲା ।

୨୦୨୦ ସେପ୍ଟେମ୍ବର ୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । କଟକ ସତିଚୌରା ଛକ ନିକଟସ୍ଥ ମଦ ବ୍ୟବସାୟୀ ହାଡ଼ିଆଙ୍କୁ ହାଣି ହତ୍ୟା କରିଥିଲେ ଏକାଧିକ ବ୍ୟକ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିଲା ହତ୍ୟାକାଣ୍ଡ । ପୂର୍ବରୁ ଘଟଣାରେ ଦୀପକ ମଲ୍ଲିକର ଭାଇ ଶାନ୍ତନୁ ମଲ୍ଲିକକୁ ଗିରଫ କରିଥିଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.