Below header

କରୋନା କଟକଣା: ବନ୍ଦ ହେଲା ଆଖଣ୍ଡଳମଣୀଙ୍କ ପୀଠରେ ଶ୍ରାବଣୀଯାତ୍ରା

ଚାନ୍ଦବାଲି(କେନ୍ୟୁଜ୍):  ମହାମାରି କରୋନା ପାଇଁ ଆସନ୍ତା 6ତାରିଖରୁ ଆରମ୍ଭ ହେବାକୁ ଥିବା ପବିତ୍ର ଶ୍ରାବଣ ଯାତ୍ରାକୁ ବନ୍ଦ କରିଛନ୍ତି  ସରକାର । ବୋଲବମ୍ ଭକକ୍ତମାନେ କୌଣସି ଶୈବପୀଠରେ ଜଳାଭିଷେକ କରିପାରିବେନାହି ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଚଳିତ ବର୍ଷ ଭଦ୍ରକ ଜିଲ୍ଲା ଆରଡିର ଆଖଣ୍ଡଳମଣୀଙ୍କ ପୀଠରେ  ଶ୍ରାବଣଯାତ୍ରା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ।  ତାହାସହ ବୋଲବମ୍ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି ।

ବୋଲବମ୍ ଭକ୍ତ ମାନେ ଆଖଣ୍ଡଳମଣୀଙ୍କ ପୀଠକୁ ଆସିବେ ନାହିଁ ଓ ଜଳାଭିଷେକ କରିପାରିବେ ନାହିଁ  ବୋଲି ପୀଠରେ ଲଟକାଲଗାଇଛି ପ୍ରଶାସନ।  ତେବେ ପ୍ରଶାସନର ଏହି ନିଷ୍ପତ୍ତି ଭକ୍ତଙ୍କ ମନରେ ନିରାଶା ସୃଷ୍ଟି କରିଥିବା ଜଣା ପଡିଛି। ଏହାସହ ଦୀର୍ଘ ୪ ମାସ ହେଲା ମନ୍ଦିର ବନ୍ଦ ରହୁଥୁବାରୁ ସେବାୟତମାନେ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖିନ ହେଉଥିବାର ସେବାୟତମାନେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.