Below header

କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ ଓ ବସର ଭଡା ନିଅ ନାହିଁ

କେନ୍ୟୁଜ୍ (ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର- ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍ ଜାରି କଲେ ସୁପ୍ରିମକୋର୍ଟ। ନିଜ ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କଠାରୁ ଟ୍ରେନ ଓ ବସର କୌଣସି ଭଡା ନିଆଯିବ ନାହିଁ। ରାଜ୍ୟ ସରକାରଙ୍କୁ ଏହାର ଭଡା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପ୍ରବାସୀ ଶ୍ରମିକ ଯେଉଁଠାରେ ବି ଅଛନ୍ତି ତାଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା ରାଜ୍ୟ ସରକାର କରିବେ। ଶ୍ରମିକଙ୍କୁ ତାଙ୍କର ଟ୍ରେନ୍ ଓ ବସ୍ ସମ୍ପର୍କରେ ସୂଚନା ଦିଆଯାଉ। ଲୋକଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି ତା’ର ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ୫ ଜୁନରେ କରାଯିବ ବୋଲି  ଜଣା ପଡିଛି।

migrant worker

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ମୁତାବକ ଟ୍ରେନ୍ କିମ୍ବା ବସରେ ଯାତ୍ରା ଆରମ୍ଭ ଓ ଗନ୍ତବ୍ୟ ସ୍ଥାନରେ ରାଜ୍ୟ ସରକାର ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରନ୍ତୁ।ଟ୍ରେନରେ ଯା​‌ତ୍ରା ସମୟରେ ରେଳ ବିଭାଗ ଖାଦ୍ୟ ଯୋଗାଇଦେଉ। ପ୍ରବାସୀ ଶ୍ରମିକଙ୍କ ରେଜିଷ୍ଟେ୍ରସନର କାମ ରାଜ୍ୟ ସରକାର ଦେଖନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ରେଜିଷ୍ଟେ୍ରସନ୍ ପରେ ନିଜର ବସ କିମ୍ବା ଟ୍ରେନରେ ବସିକି ଯିବେ।

ଏହା ସହିତ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯଦି କୌଣସି ଶ୍ରମିକ ରାସ୍ତାରେ ଚାଲିବାର ଦେଖାଯାଆନ୍ତି ତେବେ ତାଙ୍କୁ ରାଜ୍ୟ ସରକାର ସେଲଟର ହୋମକୁ ପଠାଇ ନେଇ ଖାଦ୍ୟ ଦେବେ। ଯେବେ ବି ଓ ଯେଉଁଠି ରାଜ୍ୟକୁ ଟ୍ରେନର ଆବଶ୍ୟକତା ରହିବ, ରେଲଓ୍ବେ ତାଙ୍କୁ ଯୋଗାଇ ଦେବା ଦରକାର। ଆହୁରି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି, ନିଜ ଘରକୁ ଯିବାକୁ ଶ୍ରମିକଙ୍କ ଏଭଳି ଦୁଃଖ-ଦୁର୍ଦ୍ଦଶା ଆମକୁ ଖୁବ୍ ବ୍ୟଥିବ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.