Below header

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ଵାନ, କହିଲେ ୩୦ ତାରିଖ ସନ୍ଧ୍ୟାରେ ସଭିଏଁ ଗାଇବା ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର(କେନ୍ୟୁଜ୍‌) : କୋଭିଡ଼ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିର ଦିନରେ କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । କୋଭିଡ଼ରେ ଓଡ଼ିଶାରେ ମୃତ୍ୟୁ ହାର ସାରା ଦୁନଆରେ ସବୁଠୁ କମ୍‌ । ପୀଡ଼ିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ଓ ଭାରତର ବଡ଼ ରାଜ୍ୟ ତଥା ଧନୀ ରାଜ୍ୟମାନେ ମଧ୍ୟ ଏହି ସଫଳତା ପାଇ ନାହାଁନ୍ତି । ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ ମୁଁ ଋଣୀ । ଏପରି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ ।

ଓଡ଼ିଶାର ସମସ୍ତ କରୋନା ଯୋଦ୍ଧା, ସେ ସରକାରୀ କର୍ମଚାରୀ ହୁଅନ୍ତୁ ବା ଜନପ୍ରତିନିଧି ଯେପରି ଭାବେ ନିଜର ସୁଃଖ ଦୁଃଖକୁ ପଛରେ ପକାଇ ସେବା ଯୋଗାଇଲେ ତା’ର ତୁଳନା ନାହିଁ । ଓଡ଼ିଶାବାସୀ ଯେପରି ସରକାରଙ୍କ ପଦକ୍ଷେପକୁ ବିପୁଳ ସମର୍ଥନ ଦେଲେ ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ମାଟି ସହ ସମ୍ପର୍କ ରଖିଥିବା ସାଢ଼େ ଚାରି କୋଟି ଓଡ଼ିଆ ଭାଇ ଭଉଣୀଙ୍କୁ ମଇ ୩୦ ତାରିଖ ସନ୍ଧ୍ୟା ୫ଟା ୩୦ରେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ ସଂଗୀତ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି ।

ହି କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରି ସେମାନଙ୍କ ତ୍ୟାଗକ୍‌ୁ ସମ୍ମାନ ଜଣାଇବା ଏହି ସଂଗୀତ ଗାନର ଲକ୍ଷ୍ୟ । ଏହା ଆମର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ । ଆଗାମୀରେ ଆହୁରି କଠିନ ସମୟ ଆସିପାରେ । ମହାପ୍ରଭୂଙ୍କ ଆଶିର୍ବାଦ ସର୍ବଦା ଆମ ସହିତ ଅଛି । ଏହାକୁ ସଫଳ ଭାବେ ମୁକାବିଲା କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ ବୋଲି ଏ ବିଶ୍ୱାସ ମୋର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.