ଲକ୍‌ଡାଉନ୍‌ର ଦୁଃଖ : ସ୍ତ୍ରୀ ଫସି ରହିଛି ଚେନ୍ନାଇରେ ସ୍ୱାମୀ ଫାଶି ଲଗାଇଲା ଗାଁରେ

କାମାକ୍ଷାନଗର (କେ ନ୍ୟୁଜ୍‌) : କେଇଟା ମାସ ଭିତରେ ଏଇ ଲକ୍‌ଡାଉନ୍ ଲୋକଙ୍କୁ ଏମିତି ଦୁଃଖ ଯନ୍ତ୍ରଣା ଦେଇଛି ଯେ ତାକୁ କଳନା କରିବା ମୁସ୍କିଲ । ସବୁଠାରୁ ବେଶି ନିର‌୍ୟାତିତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ । ଏଭଳି ପରିସ୍ଥିତିରେ ଢେଙ୍କାନାଳ କାମାକ୍ଷା ନଗର ଠାରେ ଘଟିଛି ଏକ ଅଘଟଣ । ସ୍ତ୍ରୀ ଲକ୍‌ଡାଉନ୍‌ରେ ଫସି ରହିଥିବା ବେଳେ ସ୍ୱାମୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ।
କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ରୂପାବେଡ଼ା ଗାଁରେ ଏହି ଘଟଣା ଘଟିଛି । ଗାଁର ଆର୍ତ୍ତତ୍ରାଣ ବେହେରାଙ୍କ ଝିଅ ରୀତା ଚେନ୍ନାଇରେ ଏକ ଚିଙ୍ଗୁଡ଼ି ଫ୍ୟାକଟ୍ରିରେ କାମ କରୁଛନ୍ତି । ଲକ୍‌ଡାଉନ୍ ଯୋଗୁଁ ରୀତା ଘରକୁ ଫେରି ପାରି ନାହାନ୍ତି । ଏପଟେ ସ୍ୱାମୀ କାଳିଆ ଶ୍ୱଶୁର ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ କୌଣସି କାରଣକୁ ନେଇ ସେ ଗାଁ ବରଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । କାଳିଆର ନିଜ ଘର ହେଉଛି ବିରାଶାଳ ଗାଁରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.