Below header

ଢେଙ୍କାନାଳ ପୌର ପରିଷଦର ପୂର୍ବତନ ନଗରପାଳ ମୋନିକା ଶର୍ମାଙ୍କ ଗିରଫ ଦାବି କଲା ଡାକ୍ତର ସଂଘ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ପୌର ପରିଷଦର ପୂର୍ବତନ ନଗରପାଳ ମୋନିକା ଶର୍ମାଙ୍କ ଗିରଫ ଦାବି କଲା ଡାକ୍ତର ସଂଘ । ତୁରନ୍ତ ଗିରଫ କରିବାକୁ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଓମସା ସହିତ ନର୍ସ ଓ ଫାର୍ମାସିଷ୍ଟ ସଂଘ ।

ଗତକାଲି ଡାକ୍ତର ରାଜ କିଶୋର ସେଠୀଙ୍କୁ ମୋନିକା ଶର୍ମା ଦୁର୍ବ୍ୟବହାର କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅପରପକ୍ଷେ ମୋନିକା ଶର୍ମା ମଧ୍ୟ ଡାକ୍ତର ରାଜ କିଶୋର ସେଠୀଙ୍କ ବିରୋଧରେ ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି । ପୁଅର ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ବେସରକାରୀ କ୍ଳିନିକ ନେବାକୁ ପରାମର୍ଶ ଦେଇଥିଲେ ସେ କହିଛନ୍ତି । ଏନେଇ ଯୁକ୍ତି ହେବା ପରେ ଡାକ୍ତର ରାଜ କିଶୋର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.