ଉବୁଟୁବୁ ହୀରାକୁଦ: ମ୍ୟାଜିକ ନମ୍ବର ୬୩୦ ଫୁଟ୍ ଛୁଇଁଲା ଜଳସ୍ତର

ସମ୍ବଲପୁର: ଉବୁଟୁବୁ ହୀରାକୁଦ । ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଗତକାଲି ଦିନ ୩ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୪୬ ହଜାର ୮୩୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣରେ ଜଳ ନିଷ୍କାସିତ ହେଉଛି ।

ଚଳିତ ବର୍ଷ ସେପ୍ଟେମ୍ବର ପହିଲା ଯାଏ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ହୀରାକୁଦ ବନ୍ଧ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ୧୧ ତାରିଖ ପରେ ଲଗାତର ଦୁଇ ଦୁଇଟି ଲଘୁଚାପ ଯୋଗୁ ସ୍ଥିିତି ସମ୍ପୁର୍ଣ୍ଣ ବଦଳି ଯାଇଥିଲା । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଏକ କାଳୀନ ୨୬ଟି ଗେଟ୍‌ ଖୋଲି ଜଳ ନିଷ୍କାସନ କରିବାକୁ ପଡିଥିଲା । ଆଗକୁ ମୌସୁମୀ ଅବଧି ସରିବାକୁ ବସିଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.