କେନ୍ଦୁଝର ତାଳପଡା ଗ୍ରାମରେ ବଜ୍ରାଘାତ: ମାଆ ମୃତ, ଝିଅ ଗୁରୁତର

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ବଜ୍ରାଘାତରେ ମାଆ ମୃତ, ଝିଅ ଗୁରୁତର ଆହତ। ମୃତକ ହେଲେ ମାଳତୀ ତନ୍ତୀ ଓ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ଝିଅ ସବିତା ତନ୍ତୀ।

ସୂଚନା ଅନୁଯାୟୀ, ବିଲରୁ କାମ ସାରି ଫେରିବା ବେଳେ ବଜ୍ରାଘାତ ହେବାରୁ ଉଭୟ ଚେତାଶୂନ୍ୟ ହୋଇପଡିଥିଲେ। ଉଭୟଙ୍କୁ ପାଟଣା ଡାକ୍ତରଖାନା ନିଆଯାଇଥିଲା। ହେଲେ ମାଆ ମାଲତିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.