ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ହଳଦିବଟା ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗାଡିଟି ଚଣ୍ଡୀଖୋଲ ରୁ କୁକୁଡ଼ା ବୋଝେଇ କରି ମୟୂରଭଞ୍ଜ ଜିଲ୍ଲା ବହଳଦା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।ତେବେ ଗାଡି ଚାଳକର ଆଖି ଲାଗି ଯିବାରୁ ରାସ୍ତା ପାର୍ଶ୍ୱ ତଳକୁ ଖସିଯାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ସାହାରପଡା ପୋଲିସ ପହଞ୍ଚି ଗାଡିଟିକୁ ଜବତ କରି ସହ ତଦନ୍ତ ଆରମ୍ଭ କରିଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.