Below header

ଆଇଭିଏଫର ସଭାପତି ନିର୍ବାଚିତ ହୋଇଥିବାରୁ ବିଭିନ୍ନ ସଂଘ ପକ୍ଷରୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

କେନ୍ୟୁଜ (ବ୍ୟୁରୋ): ଭାରତୀୟ ଭଲିବଲ୍‌ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ କିସ୍‌ ଓ କିଟ୍‌ ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ବିଭିନ୍ନ ସଂଘ ପକ୍ଷରୁ କିସ୍‌ ପରିସରରେ ସମ୍ବର୍ଦ୍ଧନା। ଓଡିଶାର ପ୍ରଥମ ବ୍ୟକ୍ତି ଭାବେ ଡକ୍ଟର ସାମନ୍ତ ଏହି ପଦ ହାସଲ କରିଥିବାରୁ ସମସ୍ତେ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହା ସହ ଭଲିବଲ୍‌କୁ ଏକ ଭଲ ପ୍ଲାଟଫର୍ମ ମିଳିବ ବୋଲି ମଧ୍ୟ ସମସ୍ତେ କହିଲେ।

ଏହି ଅବସରରେ ଡ.ଅଚ୍ୟୁତ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଖୁବ ଶୀଘ୍ର ଭଲିବଲ୍‌ ଏକାଡେମୀ ପ୍ରସ୍ତୁତ ହେବା ନେଇ ମତ ବ୍ୟକ୍ତ କରିଥିଲେ। ଉତ୍କଳ କରାଟେ ଆସୋସିଏସନ, ଅଲ ଇଣ୍ଡିଆ ସଫ୍‌ଟ ଟେନିସ ଫେଡେରେସନ, ହର୍ସ ରାଇଡିଂ ଆସୋସିଏସନ, ସ୍କୁବା ଡାଇଭିଂ, ଯାଜପୁର ଆଥଲେଟ ଆସୋସିଏସନ, ଖୋର୍ଦ୍ଧା ଜିଲ୍ଲା ଆଥଲେଟ୍‌ ଆସୋସିଏସନ, ଓ୍ଵିନର ଆସୋସିଏସନ, ଶହୀଦ ସ୍ପୋର୍ଟିଂ କ୍ଲବ, ଅଲ ଇଣ୍ଡିଆ ଟେନିସ କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ଡ. ଅଚ୍ୟୁତ ସାମନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.