ପିଠିର ଚିକିତ୍ସା କରୁଥିବା ଫିଜିଓଥେରାପିଷ୍ଟଙ୍କୁ ପ୍ରଭୁଦେବା କରି ବସିଲେ ପ୍ୟାର୍‌, ଲକ୍‌ଡାଉନ ବେଳେ ଗୋପନରେ କଲେ ବିବାହ

କୋରିଓଗ୍ରାଫର ପ୍ରଭୁଦେବା ନିଜ ପ୍ରଫେସନାଲ ଲାଇଫ୍ ତୁଳନାରେ ପର୍ସନାଲ ଲାଇଫ୍କୁ ନେଇ ଏବେ ଅଧିକ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ପ୍ରଭୁଦେବା ତାଙ୍କ ଭାଣିଜୀଙ୍କୁ ବିବାହ କରିବେ ବୋଲି ଖବର ସାମ୍ନାକୁ ଆସିଥିଲା। ତେବେ ବର୍ତ୍ତମାନ ପ୍ରଭୁଦେବାଙ୍କୁ ନେଇ ଆଉ ଏକ କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଲକ୍‌ଡାଉନ୍‌ ବେଳେ ମେ’ ମାସରେ ପ୍ରଭୁଦେବା ମୁମ୍ବାଇର ଜଣେ ଫିଜିଓଥେରାପିଷ୍ଟଙ୍କୁ କୁଆଡେ ଗୋପନରେ ବିବାହ କରିଛନ୍ତି। ଉକ୍ତ ଫିଜିଓଥେରାପିଷ୍ଟଙ୍କ ନାଁ ହେଉଛି ଡା.ହିମାନୀ । ହିମାନୀ ମୁମ୍ବାଇର ସାକୀନାକା ଅଞ୍ଚଳରେ ରୁହନ୍ତି । ଉଭୟେ ଚେନ୍ନାଇରେ ମେ’ ମାସରେ ବିବାହ କରିଛନ୍ତି ।

ପ୍ରଭୁଦେବା ଡା.ହିମାନୀଙ୍କ ପାଖରେ ପିଠି ଓ ପାଦର ଚିକିତ୍ସା କରାଉଥିଲେ। ରିପୋର୍ଟ ମୁତାବକ ଚଳିତବର୍ଷ ମାର୍ଚ୍ଚରେ ଉଭୟେ ଚେନ୍ନାଇ ଯାଇଥିଲେ ଓ ବିବାହ ପୂର୍ବରୁ ଦୁଇ ମାସ ଲକ୍ଡାଉନ୍ ବେଳେ ଲିଭ-ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ। ପ୍ରଭୁଦେବାଙ୍କ ଘରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ କେବଳ ପରିବାର ସଦସ୍ୟ ହିଁ ଉପସ୍ଥିତ ଥିଲେ।

ପ୍ରଭୁଦେବା ବିବାହ କରିଥିବା ନେଇ ତାଙ୍କ ଭାଇ ରାଜୁ ସୁନ୍ଦରମ୍ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ ପ୍ରଭୁଦେବାଙ୍କ ବିବାହକୁ ନେଇ ଖୁସିଥିବା କହିଛନ୍ତି। ପ୍ରକାଶ ଯେ ଏହା ପ୍ରଭୁଦେବାଙ୍କ ଦ୍ୱିତୀୟ ବିବାହ। ସେ ପ୍ରଥମ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.