Below header

ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ, AIIMS ରେ ୨୦୭ ଜୁନିୟର ଡାକ୍ତର ପଦ ପାଇଁ ନିଯୁକ୍ତି ଆରମ୍ଭ

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ରାଜଧାନୀରେ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। ଏଣୁ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଦିଲ୍ଲୀରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜୋର୍‌ ଦିଆଯାଇଛି। ଏଥିପାଇଁ ଆରମ୍ଭ ହୋଇଛି ଅଭିଯାନ।

ଏହି ଅଭିଯାନ ଅନ୍ତର୍ଗତ କୋଭିଡ୍‌ ୧୯କୁ ପ୍ରତିହତ କରିବାକୁ ଏମ୍‌ସରେ ୨୦୭ ଜୁନିଅର ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦ ପୂରଣ ପାଇଁ ଏମ୍‌ସ ତରଫରୁ ନୋଟିଫିକେସନ୍‌ ମଧ୍ୟ ଜାରି କରାଯାଇଛି।

ଏଥିସହ ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବୟାନରେ ସ୍ପଷ୍ଟ କରାଯାଇଛି ଯେ ଡିଆରଡିଓ ହସ୍ପିଟାଲରେ ୨୫୦ ଭେଣ୍ଟିଲେଟର ଲଗାଯିବ। ଘର ଘର ବୁଲି ସର୍ଭେ କରାଯିବ। କେବଳ ଏତିକି ନୁହେଁ ଆସନ୍ତା ଶୁକ୍ରବାର ଭିତରେ ୩,୭୦,୭୨୯ ଲୋକଙ୍କ ସର୍ଭେ ମଧ୍ୟ କରାହେବ। କରୋନା ଟେଷ୍ଟିଂ କ୍ଷମତା ବଢ଼ାଇବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.