Below header

୨୫୦ ଟଙ୍କାରୁ କମ୍ ମୂଲ୍ୟରେ BSNL ଯୋଗାଇ ଦେଉଛି 3GB ଡାଟା, ୪୦ଦିନରେ ଶେଷ ହେବ ଅବଧି

ସବୁ ସ୍ଥାନରେ ଇଣ୍ଟରନେଟର ଆବଶ୍ୟକ ପଡିଥାଏ। ଏହି ଲକ୍‌ଡାଉନ୍‌ ସମୟରେ ଇଣ୍ଟରନେଟରେ କାମ କରିବା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଗୋଟିଏ ଦିନରେ 3GB ରୁ ମଧ୍ୟ ଅଧିକ ଇଣ୍ଟରନେଟର ଆବଶ୍ୟକ ପଡୁଛି। ତେବେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିକଟରେ ପ୍ରିପେଡ ସେଗମେଣ୍ଟର ଅନେକ ଶସ୍ତା ପ୍ଲାନ ଆଣିଛି। କମ୍ପାନୀ ଅନେକ ସମୟରେ ଗ୍ରାହକଙ୍କୁ ୨୦୦ ଟଙ୍କାରେ 3GB ଡାଟା ପ୍ଲାନ ଯୋଗାଇ ଦେଇଛି। କିନ୍ତୁ BSNL କମ୍ପାନୀ 4G ଇଣ୍ଟରନେଟ ସାର୍ଭିସ ଦେଉନଥିବାରୁ ଏହା ସମସ୍ତ ପ୍ରାଇଭେଟ ଟେଲିକମ୍ କମ୍ପାନୀ ଠାରୁ ପଛରେ ରହିଛି। ତେବେ ପ୍ରାଇଭେଟ କମ୍ପାନୀ, ୪୦୦ ଟଙ୍କାରେ ପ୍ରତିଦିନ 3GBର ପ୍ଲାନ 3GB ଦେଉଥିବା ବେଳେ BSNL ଏହି ସୁବିଧାକୁ ୨୫୦ ଟଙ୍କାରେ ଯୋଗାଇ ଦେଉଛି।

bsnl

247 ଟଙ୍କାରେ ପ୍ରିପେଡ STV :

ବିଏସଏନଲର STV 247 ପ୍ରିପେଡ ପ୍ଲାନରେ ଲୋକାଲ ଓ ଏସଟିଡି କଲିଙ୍ଗ ପାଇଁ ଅନଲିମିଟେଡ ଫ୍ରି ମିନିଟ୍ସ ରହିଛି। ଏହା ସହିତ ଏଥିରେ 250 ମିନିଟ ପ୍ରତିଦିନର FUP ଲିମିଟ ରହିଛି। ଡାଟା ପାଇଁ ଏହି ପ୍ଲାନରେ ଗ୍ରାହକ ପ୍ରତିଦିନ 3GB ଡାଟା ବ୍ୟବହାର କରିପାରିବେ। ଏହା ସହିତ ପ୍ରତିଦିନ 100 SMS ର ମଧ୍ୟ ସୁବିଧା ଏଥିରେ ଦିଆଯାଇଛି। STV 247 ପ୍ଲାନର ଅବଧି ୩୦ ଦିନ ହୋଇଥିବା ବେଳେ ବର୍ତ୍ତମାନ, ଏକ ଅଫର ଯୋଗୁଁ ଏହାର ଅବଧି ବଢାଇ ୪୦ ଦିନ କରିଦିଆଯାଇଛି। ଅନ୍ୟ କମ୍ପାନୀ ଏହି ମୂୂଲ୍ୟରେ 50 GB ରୁ କମ୍ ଡାଟା ଦେଉଥିବା ବେଳେ ବିଏସଏନେଲ୍ ୪୦ ଦିନ ପାଇଁ 120 GB ଡାଟା ଯୋଗାଇ ଦେଉଛି। ଏହି ଅଫର ୨୦୨୦ ମସିହା ନଭେମ୍ବର ୩୦ ପର୍ଯ୍ୟନ୍ତ ଉପଲବ୍ଧ ରହିଛି।

bsnl3

ସେହିପରି ରିଲାଇନ୍ସ ଜିଓ ୩୪୯ ଟଙ୍କାରେ 3GB ଡାଟା, ଜିଓ ନେଟଓ୍ଵାର୍କରେ ଅନଲିମିଟେଡ, ନନ ଜିଓ ନେଟଓ୍ଵାର୍କରେ 1000 FUP ମିନିଟ ଏବଂ ୧୦୦ ମେସେଜ ପ୍ରତିଦିନ ଅଫର କରିଥାଏ। ଏହି ପ୍ଲାନର ଅବଧି ୨୮ ଦିନ ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆ ୩୯୮ ଟଙ୍କା ପ୍ୟାକ୍ରେ ପ୍ରତିଦିନ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ୧୦୦୦ ଏସଏମଏସ ପ୍ରତିଦିନ ଦେଉଛି । ଏହି ପ୍ଲାନର ଭେଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.