ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ, କହିଲେ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇନି ସ୍କୁଲ

କେନ୍ୟୁଜ (ବ୍ୟୁରୋ): ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ। କୌଣସି ବିଦ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି। ୨୦୧୩ ରେ ସରକାର ନିୟମ କରିଥିଲେ ସିଡୁଲ ନନ ସିଡୁଲ ଅଂଚଳରେ ସ୍କୁଲ ଖୋଲିବା ପାଇଁ। ୬୬ ହଜାର ୫୯୪ ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା। ସବୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଶ୍ରେଣୀ ଶିକ୍ଷକ ଦେବା ସରକାରଙ୍କ ମୂଳ ଉଦ୍ଦେଶ୍ୟ।

ଛୋଟ ଛୋଟ ବିଦ୍ୟାଳୟ ଏକତ୍ରିକରଣ କରି ବଡ ବିଦ୍ୟାଳୟ ସୃଷ୍ଟି କରିବା ଉଦ୍ଦେଶ୍ୟ। ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟ। ଗୋଟିଏ ଜାଅଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ। ରାଜ୍ୟରେ ୧୪୩୮୨ ସ୍କୁଲରେ ୪୦ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ୭ହଜାର୭୭୨ ସ୍କୁଲକୁ ମିଶ୍ରଣ ପାଇଁ ପକ୍ରିୟା କରାଯାଉଛି । ଏଥିରୁ ୧୭୨୪ ସ୍କୁଲରେ ୨୫ରୁ କମ ପିଲା,୬୦୪୮ ସ୍କୁଲରେ ୨୦ରୁ କମ ପିଲା ଅଛନ୍ତି। ଯେଉଁଠି ସମସ୍ୟା ରହିଛି, ଲିଖିତ ଭାବେ ଜଣାଇଲେ ପଦକ୍ଷେପ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.