Below header

ଏଠାରେ ନାହିଁ ପାଣିର ଅଭାବ, ତଥାପି ଲୋକେ ପିଉଛନ୍ତି ନିଜ ନିଜର ମୂତ୍ର, ଜାଣନ୍ତୁ କାହିଁକି

ଆଜିକାଲି ଆପଣ ଅନେକ ଲୋକଙ୍କୁ ହେଲଥ ଡ୍ରିଙ୍କସ ପିଉଥିବାର ଦେଖୁଥିବେ, ଯେପରି ସେମାନଙ୍କ ସ୍ୱାସ୍ଥ୍ୟ ଠିକଠାକ ରହିବ ଏବଂ ସେମାନେ ଫିଟ ଆଣ୍ଡ ଫାଇନ ଦେଖାଯିବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନର କିଛି ଲୋକ ଏକ ସଂସ୍ଥା ଗଠନ କରିଛନ୍ତି, ଯେଉଁଠି ସେମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜର ପରିସ୍ରା ହିଁ ପିଉଛନ୍ତି।

ଏପରିକି, ଅନ୍ୟ ଲୋକଙ୍କୁ ମଧ୍ୟ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି। ବୁହାନ ସହରର Kangyuan Residential ଏରିଆରେ ଥିବା ଏହି ସଂସ୍ଥାର ନାଁ ‘ଚୀନ ୟୁରିନ ଥେରାପି ଆସୋସିଏଶନ’। ପ୍ରଥମେ ବାଓ ୟାଫୁ ଓ ୟି ଡୋଙ୍ଗଶାନ ନାମକ ଦୁଇ ବ୍ୟକ୍ତି ହିଁ ଏହାକୁ ଆରମ୍ଭ କରିଥିଲେ। ସେମାନେ ନିଜ ୟୁରିନକୁ ହାଲୁକା ଚା’ର ସ୍ୱାଦ ଭଳି କହୁଥିଲେ।

ffd

ତେବେ ଏହି ସଂସ୍ଥା ସହ ଜଡ଼ିତ ଲୋକଙ୍କ କହିବା ହେଲା, ନିଜ ମୂତ୍ର ପିଇବା ଦ୍ୱାରା ଘା’, କବ୍ଜ ଏବଂ ଚନ୍ଦାପଣରୁ ମୁକ୍ତି ମିଳିଥାଏ। ସେମାନେ ନିଜ ଆଖି ଏବଂ ଚେହେରାକୁ ମଧ୍ୟ ମୂତ୍ରରେ ସଫା କରିଥାନ୍ତି। ସେମାନଙ୍କ ବିଶ୍ୱାସ ଯେ ଏହାଦ୍ୱାରା ଆଖିର ଉଜ୍ଜ୍ୱଳତା ବଢ଼ିଥାଏ ଏବଂ ଚେହେରାରେ ଚମକ ଆସିଥାଏ।

ଯଦିଓ ଏ ପର୍ଯ୍ୟନ୍ତ ଚୀନର ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅଫିସିଆଲି ମାନ୍ୟତା ଦେଇନି। ତଥାପି ୨୦୧୦ରେ ଏହି ସଂସ୍ଥା ସହିତ ପାଖାପାଖି ୮୦୦ ଲୋକ ସଦସ୍ୟ ରୂପେ ଯୋଡ଼ି ହୋଇଥିଲେ, ବର୍ତ୍ତମାନ ଏହି ସଂଖ୍ୟା ୧୦୦୦ରେ ପହଞ୍ଚିଛି। ଏ ସମସ୍ତ ଲୋକ ସକାଳୁ ସକାଳୁ ଆସୋସିଏଶନ ବିଲ୍ଡିଂକୁ ଆସିଥାନ୍ତି ଏବଂ ବାଥରୁମରେ ନିଜ ପରିସ୍ରା ବାହାର କରି ତାହାକୁ ପିଇଥାନ୍ତି। ଏହି ସଂସ୍ଥା ୨୦୦୮ରେ ଗଠନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.