Below header

କେରଳରେ କମିଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା, ଏର୍ଣ୍ଣାକୁଲମରୁ ସନ୍ଥ୍ରାଗାଛିକୁ ଦୁଇଟି ସ୍ୱତନ୍ତ୍ର ରେଳ : ମୃତ୍ୟୁ ସଂଖ୍ୟା ୩୭୦

କେରଳରେ କମିଛି ବର୍ଷା । ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେ ବି ପାଣି ଘେରରେ ଲୋକେ । ବର୍ଷା କମିବାରୁ ରିଲିଫ ଓ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରାଯାଇଛି । ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ଆଉ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୩୭୦ରେ ପହଞ୍ଚିଛି । ବନ୍ୟାରେ ଛାରଖାର କେରଳରେ ଚାରିଆଡ଼ ହା ହା କାର । କେଉଁଠି ଲୋକ ଛାତ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କେଉଁଠି ଜଳବନ୍ଦୀ । ରାସ୍ତାଘାଟ, ଘରଦ୍ୱାର ସବୁ ଏକାକାର । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । କିନ୍ତୁ ଶୋଷ ମେଣ୍ଟାଇବାକୁ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପାଣି ମିଳୁନି । ପେଟ ପୂରା ଖାଇବାକୁ ବି କିଛି ନାହିଁ । ସବୁ ଧୋଇ ନେଇଛି ବନ୍ୟା । ୧୨ ଦିନ ହେଲାଣି କେରଳବାସୀଙ୍କ ଜୀବନ ଦୁର୍ବିସହ । ସମସ୍ତେ ଅପେକ୍ଷା କରିଛନ୍ତି, କେବେ ପ୍ରକୃତିର କୋପରୁ ତ୍ରାହି ମିଳିବ । ବନ୍ୟା ଛାଡ଼ିଗଲା ପରେ ସଂକ୍ରାମକ ରୋଗ ଭୟ ଏବେ ଲୋକଙ୍କୁ ଘାରିଛି । ସେପଟେ ଏର୍ଣ୍ଣାକୁଲମରୁ ସନ୍ଥ୍ରାଗାଛିକୁ ଦୁଇଟି ସ୍ୱତନ୍ତ୍ର ରେଳ ବାହାରିଛି । ଆସନ୍ତାକାଲି ଏହି ଟ୍ରେନ ଭୁବନେଶ୍ୱରରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.