Below header

କେରଳରେ ଦେବଦୂତ ଭଳି ପହଞ୍ଚୁଛନ୍ତି ସେନା : ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ୟ୍ୟରେ ଓଡ଼ିଶା ସାମିଲ

କେରଳ : ଜଳ ପ୍ରଳୟରେ କେରଳ କଲବଲ ହେଉଥିବା ବେଳେ ଲୋକଙ୍କ ପାଖରେ ଦେବଦୂତ ଭଳି ପହଞ୍ଚୁଛନ୍ତି ସେନା, ନୌସେନା, କୋଷ୍ଟଗାର୍ଡ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛି ଓଡ଼ିଶା । ରାଜ୍ୟ ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍‌ ଆଲପୁଜାହା ଓ କୋଟାୟାମରେ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ଅଗ୍ନିଶମ ଡିଜି ବି. କେ. ଶର୍ମା ସୂଚନା ଦେଇଛନ୍ତି । ୭୫ଟି ପାଓ୍ଵାର ବୋଟ୍‌ ସହ କେରଳରେ ଉଦ୍ଧାର ଅଭିଯାନ ଚଳାଇଛନ୍ତି ଓଡ଼ିଶା ଅଗ୍ନିଶମ ବାହିନୀ ଟିମ । ନିଜ ଜୀବନକୁ ବାଜି ଲଗାଇ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ସ୍ଥାନକୁ ବି ପହଞ୍ଚୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଜଳବନ୍ଦୀ ଲୋକଙ୍କୁ କେତେବେଳେ ପାଣିରେ ପହଁରି ଉଦ୍ଧାର କରୁଛନ୍ତି ତ ପୁଣି କେତେବେଳେ ଲୋକଙ୍କ ପାଇଁ ନିର୍ମାଣ କରୁଛନ୍ତି ଅସ୍ଥାୟୀ ପୋଲ । ଏୟାର ଲିଫ୍ଟିଂ କରି ବିପନ୍ନଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯାଉଛି । ହଜାର ହଜାର ଲୋକଙ୍କୁ ଉଦ୍ଧାର କରିଛନ୍ତି ସେନା କର୍ମଚାରୀ । ଏପର୍ୟ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକଙ୍କୁ ୫ ହଜାର ୬୪୫ ଆଶ୍ରୟ ସ୍ଥଳୀରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.