Below header

ଖୋର୍ଦ୍ଧା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ରାମେଶ୍ୱର ଛକ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ

ଟାଙ୍ଗୀ: ପୁଣି ସଙ୍କଟରେ ଗଜରାଜ । ଖୋର୍ଦ୍ଧା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ରାମେଶ୍ୱର ଛକ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ୧୬ ନଂ ଜାତୀୟ ରାଜପଥର ୧୦୦ ମିଟର ଦୂର ଏକ ଚାଷ ଜମିରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀର ବୟସ ୧୫ରୁ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ । ଘଟଣାସ୍ଥଳରେ ଟାଙ୍ଗୀ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ବଡ ପୋଖରୀଆ, ରାମେଶ୍ୱର, ନାଲ ସିଂ, ରତାମାଟି, ମଙ୍ଗଳାଯୋଡି ଆଦି ଅଞ୍ଚଳରେ ଏକ ୩୦ ଜଣିଆ ହାତୀ ପଲ ଜଙ୍ଗଲ ଛାଡି ଗାଁ ଗଣ୍ଡାରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.