ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାରୁତି ଏହିସବୁ କାର ଉପରେ ଦେଉଛି ଭାରି ଡିସ୍‌କାଉଣ୍ଟ

ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି, ତେବେ ମାରୁତି ଆଣିଦେଇଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଅଟୋ ମୋବାଇଲ କମ୍ପାନୀ Maruti ଏହି ସବୁ କାର Maruti Suzuki Ciaz,Maruti Suzuki S-Cross, Maruti Suzuki Lgnis ଏବଂ Maruti Suzuki Baleno ଉପରେ ଦେଉଛି ଜବରଦସ୍ତ ରିହାତି।

s cross

Maruti Suzuki Ciaz ଟି ୨୦୧୪ରେ ଲଞ୍ଚ ହୋଇଥିଲା। ଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲରେ ଭାରିଅଣ୍ଟରେ ଉପଲବ୍ଧ। କମ୍ପାନୀ ଏହି କାରର ୧.୫ ଲିଟର ଡିଜେଲ ଇଞ୍ଜନ କାର ଉପରେ ୭୦ ହଜାର ଟଙ୍କା ଏବଂ ୧.୩ ଲିଟର ଇଞ୍ଜନ କାର ଉପରେ ଏକ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି। ସେହିପରି Maruti Suzuki S-Cross ର ୧.୩ ଡିଜେଲ ଇଞ୍ଜନରେ ୯୫ ହଜାର ଟଙ୍କା ରିହାତି ମିଳୁଛି। କମ୍ପାନୀ ୧.୫ ଲିଟର ପେଟ୍ରୋଲ ଇଞ୍ଜନ ଉପରେ କାମ ଚଳାଇଛି। ଯାହା ପରେ ଭାରତୀୟ ବଜାରରେ ଉପଲବ୍ଧ ହେବ।

baleno

Maruti Suzuki Lgnis କାରର ୧.୨ ଲିଟର ପେଟ୍ରୋଲ ଇଞ୍ଜନ ମାର୍କେଟରେ ଉପଲବ୍ଧ। କମ୍ପାନୀ ଏହି କାରରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି। ସେହିପରି Maruti Suzuki Baleno ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜନରେ ଉପଲବ୍ଧ। କମ୍ପାନୀ ଏହା ଉପରେ କର୍ପୋରେଟ ସହି ଏକ୍ସଚେଞ୍ଜ ଡିସକାଉଣ୍ଟ ମଧ୍ୟ ଦେଉଛି। କମ୍ପାନୀ ହ୍ୟାଚବ୍ୟାକ୍‌ ବିଏସ୍‌ ୬ ପେଟ୍ରୋଲ ଇଞ୍ଜନରେ ୪୦ ହଜାର ଟଙ୍କା ଏବଂ ବିଏସ୍‌ ୪ କାର ଉପରେ ୫୫ ହଜାର ଟଙ୍କାର ରିହାତି ମିଳୁଛି। ସେହିପରି ଡିଜେଲ ଇଞ୍ଜନରେ ୫୦ ହଜାର ଟଙ୍କାର ରିହାତି ଦେଉଛି କମ୍ପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.