ଓ୍ଵିଣ୍ଡୋକୁ ନେଇ ଚଳନ୍ତା ବିମାନରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଲା କୋଲଡ୍‌ ଓ୍ଵାର, ଫ୍ଲାଇଟ୍‌ ଆଟେଡାଣ୍ଟ ବି ହେଲେ ହତବାକ୍‌

ଜାଣିଶୁଣି ଲୋକେ କେମିତି ଅନ୍ୟକୁ ହଇରାଣ କରନ୍ତି ଆପଣ ଏହି ଭିଡିଓରୁ ଜାଣିପାରିବେ। ଆମେ ସାଧାରଣତଃ ଯାତ୍ରା କରୁଥିବାବେଳେ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରନ୍ତି। ସେଣିକି ତାହା ବସ ହେଉ କିମ୍ବା ଟ୍ରେନ ଅବା ବିମାନ ଯାତ୍ରା ହେଉ ନା କାହିଁକି। ସବୁ ପ୍ରକାର ଯାତ୍ରାରେ ଆମେ କିଛି ନା କିଛି ସମସ୍ୟାକୁ ସାମ୍ନା କରିଥାଉ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ଜାଣିପାରିବେ ଯେ କେମିତି ଜଣେ ବ୍ୟକ୍ତି ବିନା କୌଣସି କାରଣରେ ଅନ୍ୟ ଜଣେ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି।

ଭିଡିଓରେ ଆପଣ ଦେଖୁପାରୁଥିବେ ବିମାନରେ ବସିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଓ୍ଵିଣ୍ଡୋ ଖୋଲା ରଖିଛନ୍ତି । କିନ୍ତୁ ତାଙ୍କ ପଛରେ ବସିଥିବା ଆଉ ଜଣେ ଯାତ୍ରୀ ଆଗ ସିଟରେ ବସିଥିବା ବ୍ୟକ୍ତିଙ୍କ ଓ୍ଵିଣ୍ଡୋକୁ ବନ୍ଦ କରୁଛନ୍ତି। ଓ୍ଵିଣ୍ଡୋ ସିଟରେ ବସିଥିବା ବ୍ୟକ୍ତି ଏପରି ନ କରିବାକୁ ବାରଣ କରୁଛନ୍ତି କିନ୍ତୁ ପଛରେ ବସିଥିବା ବ୍ୟକ୍ତି ବାରମ୍ବାର ଏପରି କରୁଛନ୍ତି।

flightସାଧାରଣତଃ ଯେଉଁ ଯାତ୍ରୀ ଓ୍ଵିଣ୍ଡୋ ସିଟରେ ବସିଥାନ୍ତି ସେମାନେ ନିଜ ଇଚ୍ଛା ଅନୁଯାୟୀ ଓ୍ଵିଣ୍ଡୋକୁ ଖୋଲି ପାରିବେ ଏବଂ ବନ୍ଦ କରିପାରିବେ। ସେତିକି ତ ଅଧିକାର ଅଛି ଓ୍ଵିଣ୍ଡୋ ସିଟରେ ବସିଥିବା ଯାତ୍ରୀଙ୍କର। ବିମାନରେ ବସି ବାହାର ଦୁନିଆର ଭରପୂର ମଜା ନେବା ସାଧାରଣତଃ ସମସ୍ତେ ଚାହାଁନ୍ତି, ଏଥିପାଇଁ ପ୍ରାୟ ଯାତ୍ରୀ ଓ୍ଵିଣ୍ଡୋ ସିଟ୍‌ ନେବା ପାଇଁ ଚାହାନ୍ତି।

windowକିନ୍ତୁ ଏଠି ଘଟଣା ପୂରା ଅଲଗା। ନିଜେ ବସିଥିବା ଓ୍ଵିଣ୍ଡୋକୁ ଖୋଲା ରଖି ଆଗରେ ବସିଥିବା ବ୍ୟକ୍ତିଙ୍କ ଓ୍ଵିଣ୍ଡୋକୁ ବାରମ୍ବାର ବନ୍ଦ କରୁଛନ୍ତି ଭିଡିଓ ବନାଉଥିବା ବ୍ୟକ୍ତି। ଦେଖନ୍ତୁ ଓ୍ଵିଣ୍ଡୋକୁ ଖୋଲିବା ଏବଂ ବନ୍ଦ କରିବାକୁ ନେଇ କେମିତି କୋଲଡ୍‌ ଓ୍ଵାର ଚାଲିଛି ଏହି ଦୁଇ ବିମାନ ଯାତ୍ରୀଙ୍କ ମଧ୍ୟରେ। ଏହାକୁ ଦେଖି ଫ୍ଲାଇଟ୍‌ ଆଟେଡାଣ୍ଟ ଆସି ସେମାନଙ୍କୁ ଏମିତି ନ କରିବା ପାଇଁ ବାରଣ କରୁଛନ୍ତି। କିନ୍ତୁ ଏହି ଦୁଇ ଯାତ୍ରୀ ତାଙ୍କ କଥା ନ ଶୁଣିଲେ ଗଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରୀୟା ଦେଉଛନ୍ତି।

ଏହାସହ ପଢନ୍ତୁ : ମହିଳା ନିଜ ସାର୍ଟ ଖୋଲି ଜୀବଟିକୁ ନିଆଁ ଦାଉରୁ କଲେ ରକ୍ଷା, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.