Below header

ଢେଙ୍କାନାଳ : ପଥରଖମ୍ବ ଗାଁ ଜଙ୍ଗଲରେ ଆଖି ବୁଜିଲା ଅସୁସ୍ଥ ଦନ୍ତା

ଢେଙ୍କାନାଳ : ଆଖି ବୁଜିଲା ଅସୁସ୍ଥ ଦନ୍ତା । କାମାକ୍ଷାନଗର ରେଞ୍ଜ ଅନ୍ତର୍ଗତ ପଥରଖମ୍ବ ଗାଁ ଜଙ୍ଗଲରେ ଚିକିତ୍ସାଧୀନ ହାତୀର ଆଜି ମୃତ୍ୟୁ ହୋଇଛି । କିଛି ଦିନ ତଳେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ଖବର ପାଇଁ ବନ ବିଭାଗ ଗତମାସ ୨୯ ତାରିଖରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଲଣ୍ଡାବିର୍ ପାହାଡ଼ ନିକଟରେ ଚିକିତ୍ସା କରୁଥିଲେ । ସ୍ୱତନ୍ତ୍ର ନଜରରେ ରଖିଥିଲେ ବନ ବିଭାଗ କର୍ମଚାରୀ । ତେବେ ଶେଷରେ ହାତୀର ମୃତ୍ୟୁ ହୋଇଛି । ତାର ବୟସ ପାଖାପାଖି ୪୦ ବର୍ଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.