Below header

ସୁବର୍ଣ୍ଣପୁର ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର : ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତର ପଦବୀ ପୂରଣ ଦାବିରେ ବନ୍ଦ ପାଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ଦୋକାନ ବଜାର, ସ୍କୁଲ, କଲେଜ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଠପ୍ ହୋଇଛି ଗାଡ଼ି ମୋଟର ଚଳାଚଳ । ଅଭିଯୋଗ ହୋଇଛି, ବିନିକା, ଶଙ୍କରା, ମହାଦେବପାଲି, ବାଙ୍କିଘିଡି ଆଦି ଅଞ୍ଚଳରେ ବହୁ ଦିନରୁ ଡାକ୍ତର ସମସ୍ୟା ଲାଗି ରହିଛି । ପ୍ରଶାସନ କିଛି ପଦକ୍ଷେପ ନେଉ ନାହିଁ । ପୂର୍ବରୁ ବିନିକା ସାମ୍ବାଦିକ ସଂଘ ପକ୍ଷରୁ ସମସ୍ୟା ନେଇ ଧାରଣା ଦିଆଯାଇଥିଲା । ଏହାକୁ ସମର୍ଥନ ଜଣାଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.