ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ : ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହିଲେ ଯବାନ

ମାଲକାନଗିରି : ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ ସାଜିଲେ ଯବାନ । ଜଣେ ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହି ଆଣିଲେ । ହସ୍ପିଟାଲରେ ଭର୍ତ୍ତି କଲେ । ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ମାନବସେବାର ପରାକାଣ୍ଠା ଦେଖାଇଛନ୍ତି ଆଇଟିପିବି ଯବାନ । ଏହି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି-ଛତିଶଗଡ଼ ସୀମାନ୍ତ କୋଣ୍ଡାଗାଓ ଜିଲ୍ଲାରେ । ଗତକାଲି ହାଡେଲ ଗାଁରେ ଥିବା ୪୧ ବାଟାଲିଅନର ଆଇଟିବିପି ଯବାନମାନେ ଅପରେସନ୍ ପାଇଁ ହରିଜନପଡ଼ା ଜଙ୍ଗଲକୁ ଯାଉଥିଲେ । ଏତିକିବେଳେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୁକ୍ମିଣୀ ବାଘେଲ ନାମକ ମହିଳା ।

ଯବାନମାନେ ଅପରେସନକୁ ବନ୍ଦ କରି ତାଙ୍କ ଜୀବନ ବଞ୍ଚାଇଥିଲେ । ନକ୍ସଲ ଭୟକୁ ଭ୍ରୁକ୍ଷେପ ନକରି ଜଙ୍ଗଲ ରାସ୍ତାରେ ମହିଳାଙ୍କୁ ଭାରାରେ ବୋହି ଆଇଟିବିପି କ୍ୟାମ୍ପକୁ ଆଣିଥିଲେ ଯବାନ । ସେନାବାହିନୀ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା । ଯବାନଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.