Below header

ସୁଟିଙ୍ଗ୍ ସେଟରେ ଅାମିର୍ ପକାଇଥିଲେ ମାଧୁରୀଙ୍କ ହାତରେ ଛେପ !

ଅଭିନେତା ଅାମିର୍ ଖାନ ବଲିଉଡର ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏ ସୁଟିଙ୍ଗ୍ ସମୟରେ ବହୁତ ମଜାମସ୍ତି କରିଥାନ୍ତି । ଏମିତି କିଛି ମଧ୍ୟ ସେ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ସହିତ କରିଥିଲେ ଯାହାକୁ ମାଧୁରୀ କେବେବି’  ଭୁଲିପାରି ନାହାଁନ୍ତି ।

ମାଧୁରୀ ଦିକ୍ଷିତ୍ ଏବଂ ଅାମିର୍ ଖାନଙ୍କ ଯୋଡିକୁ ପରଦା ଉପରେ ଖୁବ୍ ପସନ୍ଦ କରାଯାଇଛି । ବାସ୍ତବରେ ଦୁହେଁ ଅଧିକ ସନେମାରେ ଏକାଠି କାମ କରି ନାହାଁନ୍ତି । ସନେମା ‘‘ଦିଲ୍’’ ରେ ଦୁହେଁ ଖୁବ୍ ଚତ୍ମକାର ଅଭିନୟ କରିଥିଲେ ଏବଂ ’’ ଦିୱାନା ମୁଝସା ନୖହିଁ ’’ ଏହି ସନେମାରେ ଦୁହେଁ ଶେଷ ଥରପାଇଁ ଏକାଠି କାମ କରିଥିଲେ । ସନେମା ଦିଲ୍ ସୁଟିଙ୍ଗ୍ ସମୟରେ ଅାମିର୍ ମାଧୁରୀଙ୍କ ସହିତ ଏମିତି ଏକ ମଜ୍ଜା କରିଥିଲେ ଯାହାକୁ କେବେ ହେଲେ ମାଧୁରୀ ଭୁଲିପାରିବେ ନାହିଁ ।

ସିନେମାର ‘ଖମ୍ବେ ଜୈସେ ଖଡି ହୈ’ ଗୀତର ସୁଟିଙ୍ଗ୍ ଚାଲୁଥିଲା ଏହି ସମୟରେ ଅମିରଙ୍କ ମୁଣ୍ଡକୁ ଏକ ଖୁରାଫାତି ଆଇଡିଆ ଆସିଥିଲା । ଅାମିର୍ ଖାନ ମାଧୁରୀ ଦିକ୍ଷିତଙ୍କୁ କହିଲେ କି’ ମୁଁ ଲୋକମାନଙ୍କ ହାତ ଦେଖିବାରେ ଏକଦମ୍ ମାହିର୍ ଅଟେ । ଏହା ଶୁଣିଲା ପରେ ମାଧୁରୀ ପୁରାପୂରି ଖୁସି ହୋଇଯାଇ ନିଜର ହାତକୁ ଅାମିରଙ୍କ ନିକଟକୁ ବଢାଇଦେଇଥିଲେ ନିଜର ଭବିଷ୍ୟ ଜାଣିବା ପାଇଁ । ଏହା ପରେ ଅାମିର୍ ଅଭିନେତ୍ରୀ ମାଧୁରୀଙ୍କ ହାତକୁ କିଛି ସମୟ ଧ୍ୟାନ ଦେଇ ଦେଖିବା ପରେ ହାତରେ ଛେପ ପକାଇ ଦେଇଥିଲେ ।

ବଲିଉଡର ନାଁ କଲା ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍ ନିଜେ ଏହି କାହାଣୀକୁ ଏକ ପ୍ରଶ୍ନଉତ୍ତର କାର୍ୟ୍ୟକ୍ରମରେ କହିଥିଲେ । ଯେତେବେଳେ ମାଧୁରୀଙ୍କୁ ପଚରା ଯାଇଥିଲା, ଆଜି ପର୍ୟ୍ୟନ୍ତ ଆପଣ ସବୁଠାରୁ ଦୁଷ୍ଟ କାମ କ’ଣ କରିଛନ୍ତି ? ଏହାର ଉତ୍ତରରେ ମାଧୁରୀ କହିଛନ୍ତି ’ ‘‘ସନେମା ଦିଲର ସୁଟିଙ୍ଗ୍ ସମୟରେ ହକି ଷ୍ଟିକ୍ ନେଇ ଅାମିରଙ୍କୁ ମାରିବା ପାଇଁ ଗୋଡାଇଥିଲେ କାହିଁକି ନା’ ଅାମିର୍ ମୋ ହାତ ଦେଖିବାର ମିଛ ବାହାନା କରି ମୋ ହାତରେ ଛେପ ପକାଇଦେଇଥିଲେ ’’ ।

’ଦିଲ୍’ ଏକ ରୋମାଣ୍ଟିକ୍ କମେଡି ଡ୍ରାମା ସିନେମା ଥିଲା ଯାହାକୁ ଅାମିର୍ ଖାନଙ୍କର ଏକ ଫ୍ଲପ୍ ସିନେମା ରୂପରେ ଗଣନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.