Below header

ଚୌଦ୍ୱାରରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ, ମଦ ବିରୋଧରେ ତାତିଲେ ମହିଳା

କଟକ : ପୁଣି ମଦ ବିରୋଧରେ ତାଲିଲେ ମହିଳା । ଚୌଦ୍ୱାର ସୁଇପର କଲୋନୀରେ ଥିବା ଏକ ମଦ ଦୋକାନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଗତକାଲି ଦଳିତ ସାହିର ପ୍ରକାଶ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏକ ନାଳରୁ ତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗାଁର ଶତାଧିକ ମହିଳା ଆଜି କଲୋନୀରେ ଥିବା ମଦ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଏପରିକି ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଥିବାରୁ ପୋଲିସ ମୁତୟନ କରାଯାଇଛି । ତେବେ ପ୍ରକାଶଙ୍କ କିପରି ମୃତ୍ୟୁ ହୋଇଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.