Below header

ଇଚ୍ଛା ଆଗରେ ସବୁ ଅସମର୍ଥ ସମର୍ଥ ସାବ୍ଯସ୍ତ ହୋଇଛି: ୬୦ରୁ ଊର୍ଦ୍ଧ୍ଵ ବୟସରେ ବି ବଡି ବିଲ୍ଡିଂ କରି ଜିତିଲେ ସ୍ବର୍ଣ୍ଣ ପଦକ

ବାଲେଶ୍ବର(କେନ୍ୟୁଜ୍) : ସାହସ ଏବଂ ଉତ୍ସାହ ଆଗରେ ହାର ମାନିଛି ବୟସ। ଇଚ୍ଛା ଆଗରେ ସବୁ ଅସମର୍ଥ ସମର୍ଥ ସାବ୍ଯସ୍ତ ହୋଇଛି । ଜଣେ ଯେକୌଣସି ବୟସରେ ବି କିଛି କରି ଦେଖାଇ ପାରିବ ଯଦି ତା ମନବଳ ସେତିକି ମଜବୁତ୍ ଥିବ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ବ୍ଯାଙ୍କ କର୍ମଚାରୀ । ପ୍ରkୟତଃ ସବୁ ବ୍ଯକ୍ତିମାନେ ଚାକିରି କାଳରୁ ଅବସର ଗ୍ରହଣ କରିବା ପରେ ଘରେ ବସି ରୁହନ୍ତି, ଏବଂ ବିଭିନ୍ନ ଚିନ୍ତା ସେମାନଙ୍କ ମୁଣ୍ଡରେ ଘୁରିବୁଲେ।

body

କିନ୍ତୁ ଏହି ପୂର୍ବତନ ବ୍ଯାଙ୍କ କର୍ମଚାରୀ ଜଣକ ବ୍ଯାଙ୍କ ଜାକିରିରୁ ଅବସର ପରେ ଘରେ ବସି ନରହି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଥିଲେ। ଆଉ ଆଜି ସେ ଖାଲି ବାଲେଶ୍ବର କାହିଁକି ସମଗ୍ର ଓଡ଼ିଶାରେ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଆଦୃତ ହୋଇ ପାରିଛନ୍ତି । ୬୦ ବର୍ଷ ରୁ ଉର୍ଦ୍ଧ୍ଵ ବୟସରେ ମଧ୍ୟ ସେ ଯୁବକଙ୍କ ଠାରୁ ବି ବେଶ୍‌ ଆଗରେ। ବାଲେଶ୍ବରର ତରୁଣ ଚାଟାର୍ଜୀ । ଏ ବୟସରେ ବି ନିଜ ସ୍ବାସ୍ଥ୍ଯକୁ ଗୁରୁତ୍ବ ଦେବା ସହ ବଡି ବିଲ୍ଡିଂ କରି ଯୁବପୀଢୀ ଦେଇଛନ୍ତି ଖୁଲମ ଖୁଲା ଚ୍ଯାଲେଞ୍ଜ।

body

 

ସବୁଠାରୁ ବଡ କଥା ଏବେ ଇଣ୍ଡିଆନ ବଡି ବିଲ୍ଡିଂ ଫେଡରେଶନ ପକ୍ଷରୁ ଆୟୋଜିତ ଚାମ୍ପିଅନସିପରେ ୬୦ ବର୍ଷ ରୁ ଉର୍ଦ୍ଧ୍ଵ ବର୍ଗରେ ସେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ। ତେବେ ତରୁଣ ଚାଟାର୍ଜୀଙ୍କ ଏହି ମନବଳ ଆଉ ତାଙ୍କ ସଫଳତା ଆନ୍ଯ ଅବସରପ୍ରାପ୍ତ କର୍ମଚାରୀଙ୍କ ମନବଳକୁ ନିହାତୀ ଦୃଢ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.