Below header

ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପରକିଙ୍ଗସକୁ ହରାଇ ପଞ୍ଜାବର ମନୋବଳ ବଢିଯାଇଛି

ଆଜିର ଆଇପିଏଲରେ ୧୬ତମ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ପଞ୍ଜାବ କିଙ୍ଗସର ବ୍ୟାଟର ଭଲଥିବା ବେଳେ ଗୁଜରାଟ ଟାଇଟନ୍ସ ଟିମର ବୋଲର ଭଲ ପ୍ରଦର୍ଶନ କରୁଛନ୍ତି। ଦୁଇଟି ଦଳ ମଧ୍ୟରେ ଜୋରଦାର ମ୍ୟାଚ ଦେଖିବାକୁ ମିଳିବ।

ପଞ୍ଜାବ କିଙ୍ଗ୍ସ ଦଳରେ ଶିଖର ଧୱନ ଓ ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଓଡିନ ସ୍ମିଥ୍, ଭାନୁକା ରାଜାପାକ୍ସାଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ଦଳ କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରିବା ପରେ ପର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ତେଣୁ ଦଳର ମନୋବଳ ଦୃଢ ରହିଛି ।

ଗୁଜରାଟ ଟାଇଟନ୍ସ ୨ଟି ମ୍ୟାଚ୍ ଖେଳି ଅପରାଜେୟ ରହିଛି । ଉଭୟ ମ୍ୟାଚରେ ଟାଇଟନ୍ସ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶୁକ୍ରବାର ପେସ୍ ବୋଲର ବରୁଣ ଆରୋନ ଖେଳିବା ନେଇ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ଆହତ ହୋଇଥିଲେ ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ୍(ଅଧିନାୟକ), ଶିଖର ଧାୱନ, ଭାନୁକା ରାଜାପାକ୍ସା, ଲାଏମ ଲିଭଙ୍ଗଷ୍ଟୋନ, ଶାହରୁଖ ଖାନ, ଜିତେଶ ଶର୍ମା, ଓଡ଼ିନ ସ୍ମିଥ୍, ଅର୍ଶଦୀପ ସିଂହ, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, ମାଥ୍ୟୁ ୱେଡ୍, ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ବରୁଣ ଆରୋନ/ୟଶ ଦୟାଲ/ ଦର୍ଶନ ନାଲକନ୍ଦେ/ପ୍ରଦିପ ସାଙ୍ଗୱାନ, ଲୋକି ଫର୍ଗୁସନ, ମହମ୍ମଦ ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.