ହଟିଲା ଆଡ଼କାଠ କଟକଣା: ଏବେ ଭକ୍ତମାନେ ସିଧା ଗର୍ଭଗୃହରେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ହଟିଲା ଆଡ଼କାଠ କଟକଣା। ଏବେ ଗର୍ଭଗୃହରେ କରିହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । କରୋନା କଟକଣା ଲାଗି ଭକ୍ତମାନଙ୍କ ପାଇଁ ଗର୍ଭଗୃହ ପ୍ରବେଶ ବାରଣ ଥିଲା ଓ ଭକ୍ତମାନେ ଆଡ଼କାଠ ପାଖରୁ ଠାକୁରଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ଏଣିକି ଭକ୍ତମାନେ ସିଧାସଳଖ ଗର୍ଭଗୃହରେ ପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଇବେ। ଗତକାଲି ପ୍ରଶାସନ ଓ ସେବାୟତଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ବସିଥିଲା। ଯେଉଁଥିରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ, ତିନି ନିଯୋଗର ସମ୍ପାଦକ ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଅନ୍ଯପଟେ  ବେ-ବନ୍ଦୋବସ୍ତ ଜମି ସମ୍ପର୍କରେ ବି ଖୁବ୍‌ ଶୀଘ୍ର ଫଇସଲା କରାଯିବ ବୋଲି ବୈଠକରେ କୁହାଯାଇଥିଲା। ଏଥିସହ ଦେବୋତ୍ତର ବିଭାଗରେ ପଡ଼ି ରହିଥିବା ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.