Below header

ନକଲି ଡାକ୍ତରଙ୍କ କାରନାମା, ଉପାଡୁ ଉପାଡୁ ଅଧା ରହିଗଲା ଦାନ୍ତ

ଭଞ୍ଜନଗର (କେନ୍ୟୁଜ) : କାନ୍ଧରେ ଷ୍ଟେଥୋସ୍କୋପ୍ । ବୟସ ପାଖାପାଖି ୨୦ ରୁ ୨୨ ବର୍ଷ । ଚେହେରା ଜଣେ ସମ୍ଭ୍ରାନ୍ତ ଘରର ପୁଅ ଭଳି । ଟେବୁଲ୍ ଉପରେ ଔଷଧ ଓ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଯନ୍ତ୍ରପାତି । ଭିତର ରୁମରେ ରୋଗୀଙ୍କ ଚିକିତ୍ସା ପାଇଁ ଖଟିଆ ବି ପଡିଛି । ଏସବୁ ଦେଖିଲେ ଯେକେହି କହିବେ ଏ ଜଣେ ଡାକ୍ତର ନିଶ୍ଚୟ । କାରଣ ତାଙ୍କ ସାଇନ୍ ବୋର୍ଡ଼ରେ ମଧ୍ୟ ସେୟା ହିଁ ଲେଖା ହୋଇଛି ଡାଃ. ଜେ. ଶଙ୍କର । ଏସବୁ ହିଁ ବୟାନ କରୁଛି , ଏ ଯୁବକ ହେଉଛନ୍ତି ଡାକ୍ତର ଓ ସେ ବସିଥିବା ସ୍ଥାନଟି ହେଉଛି ତାଙ୍କର କ୍ଳିନିକ୍ ।

ପଶ୍ଚିମବଙ୍ଗରୁ ଆସି ଗଂଜାମ ଜିଲ୍ଲା ତାରାସିଂ ଥାନା ତିନିଛକିଆ ଗାଁରେ ଏକ ଘର ଭଡ଼ା ନେଇ ସେ ଲକ୍ଷ୍ମୀ କ୍ଳିନିକ୍ ନାମରେ କ୍ଳିନିକ୍ ଖୋଲିଥିଲେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ । ହେଲେ ସେ ଜଣେ ରୋଗୀଙ୍କ ଏମିତି ଚିକିତ୍ସା କଲେ ରୋଗୀ ଜଣକ ବାଧ୍ୟହେଲେ ନିକଟସ୍ଥ ତାରାସିଂ ଥାନାରେ ଆଶ୍ରୟ ନେବାପାଇଁ ।

ଦାନ୍ତ ଉପାଡିବାକୁ ଯାଇ ହଟହଟା ହେବାକୁ ପଡ଼ିଲା ରବିନ୍ଦ୍ରଙ୍କୁ । ଭୂଲ ଚିକିତ୍ସା ଯୋଗୁଁ ଯନ୍ତ୍ରଣା ହେବାସହ ମୁହଁ ଟି ଫୁଲିଗଲା । ଏହାପରେ ଅନ୍ୟ ସ୍ଥାନରେ ଚିକିତ୍ସା ହୋଇ ଆସିବାପରେ ଡାକ୍ତର କହୁଥିବା ଜେ.ଶଙ୍କର ଙ୍କ ନାମରେ ତାରାସିଂ ଥାନାରେ ଏତାଲା ଦେଲେ । ପୋଲିସ ଘଟଣା ର ତଦନ୍ତକରି ଶେଷରେ ଜେ.ଶଙ୍କର ଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ପୋଲିସ୍ ଆଗରେ ଯାହା ବୟାନ ଦେଲା ତାହା ଶୁଣିଲେ ଆପଣ ମୁଣ୍ଡରେ ହାତଦେବେ । କାରଣ ଉକ୍ତ ଯୁବକ ଜଣକ ପ୍ରକୃତରେ ଡାକ୍ତର ନଥିଲା କିମ୍ବା ଡାକ୍ତରୀ ଚିକିତ୍ସା ବିଷୟରେ ଧାରଣା ବି ନାହିଁ । କେବଳ ଆତ୍ମଘୋଷିତ ଜଣେ ଡାକ୍ତର । ଆହୁରି ଜାଣିଲେ ଆପଣ ଆଶ୍ଚର‌୍ୟ୍ୟ ହେବେ ପଶ୍ଚିମବଙ୍ଗର ଏହି ଯୁବକର ଶିକ୍ଷାଗତ ଯୋଗ୍ୟତା ମାତ୍ର ଦଶମ । ସବୁଠୁ ବଡ଼ ଆଶ୍ଚର‌୍ୟ୍ୟ ଘଟଣା ହେଲା ମୋବାଇଲରୁ ଦେଖି ଦେଖି ଡାକ୍ତରୀ ବିଦ୍ୟା ଶିଖିଥିବା କହିଛି। ତେବେ ଆମେ ତ କହିବୁ ଆପଣ ଏହି ଘଟଣା ପରେ , ଏବେ ଉଭୟ, ଜନସାଧାରଣ ଓ ପ୍ରଶାସନ ସଜାଗ ହେବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.