ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ, ଏପ୍ରିଲ ୧ରୁ କାରର ଆଗ ଦୁଇଟି ସିଟ୍ ପାଇଁ ଏୟାରବ୍ଯାଗ ବାଧ୍ୟତାମୂଳକ
ସଡ଼କ ସୁରକ୍ଷାକୁ ନେଇ ସରକାରଙ୍କ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୧ ଏପ୍ରିଲ ପରେ ତିଆରି ହେବାକୁ ଥିବା ସମସ୍ତ କାରର ଆଗ ଦୁଇଟି ଯାକ ସିଟରେ ଏୟାରବ୍ଯାଗ ରହିବା ବାଧ୍ୟତାମୂଳକ କରାଯିବ। ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଦିଆଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ଉପାୟ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା ଉପରେ କମିଟି ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ।
ନୂଆ ନିୟମ ଅନୁସାରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୧ ଏପ୍ରିଲ ୨୦୨୧ର ପ୍ରଥମ ଦିନ କିମ୍ବା ଏହାପରେ ନିର୍ମିତ ନୂତନ ଗାଡିର ଆଗ ଦୁଇଟି ସିଟ୍ ପାଇଁ ଏୟାରବ୍ୟାଗ୍ ଜରୁରୀ ହେବ। କେବଳ ନୂଆ ନୁହେଁ ପୁରୁଣା ବାହାନ ପାଇଁ ଏୟାର ବ୍ୟାଗ୍ ଜରୁରୀ ହେବ। ପୁରୁଣା ମଡେଲ କାର ମାଲିକଙ୍କୁ ୩୧ ଅଗଷ୍ଟ ୨୦୨୧ ପୂର୍ବରୁ ନିଜ କାରର ଡ୍ରାଇଭର ସିଟରେ ଏୟାର ବ୍ୟାଗ୍ ଲଗାଇବାକୁ ପଡିବ। ୩୧ ଅଗଷ୍ଟ ପରେ ଯଦି କୌଣସି କାର ରାସ୍ତାରେ ବିନା ଏୟାରବ୍ୟାଗରେ ଚାଲେ ତେବେ ଜରିମାନା ଆଦାୟ କରାଯିବ।
ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଦୁର୍ଘଟଣା ସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ଏହି ଏୟାରବ୍ୟାଗ୍ ଅଟୋମୋଟିଭ ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡାର୍ଡ (AIS) ୧୪୫ ମାନକ ଅନୁରୂପ ହେବା ଦରକାର, ଯାହାକୁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ ୨୦୧୬ ଅନୁସାରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭାରତରେ Rane Madras ସବୁଠାରୁ ବଡ଼ ଏୟାରବ୍ୟାଗ୍ ନିର୍ମାତା କମ୍ପାନୀ। ଏହାଛଡା Bosch ମଧ୍ୟ ଏୟାରବ୍ୟାଗ୍ ତିଆରି କରିଥାଏ।
Government has made it mandatory for vehicle manufacturers to fit airbag for the person occupying the front seat other than the driver.
It is applicable on vehicles manufactured on & after 1st
April, 2021 in case of new models, & 31st August, 2021 in case of existing models.— MORTHINDIA (@MORTHIndia) March 5, 2021
ସାଧାରଣତଃ ଗାଡିରେ ଆସୁଥିବା ଏୟାରବ୍ୟାଗ୍ କଟନରେ ତିଆରି ହୋଇଥାଏ। ଏହା ଉପରେ ସିଲିକନ୍ କୋଟ୍ ଥାଏ। ଏହା ଭିତରେ ସୋଡିୟମ ଏଜାଇଡ୍ ଗ୍ୟାସ୍ ଭର୍ତ୍ତି ହୋଇଥାଏ। କାରର ବମ୍ପର ଆଗରେ ଏକ ସେନ୍ସର ରହିଥାଏ। ଯେପରି କୌଣସି ଜିନିଷ ବମ୍ପର ସହ ମାଡ ହୁଏ ସେନ୍ସର ଆକ୍ଟିଭ ହୋଇଯାଏ। ଦୁର୍ଘଟଣା ସମୟରେ ଏକ ସେକେଣ୍ଡରୁ କମ୍ ସମୟରେ ଏୟାରବ୍ୟାଗ୍ ଖୋଲିଯାଇଥାଏ। ଫଳରେ ଯାତ୍ରୀଙ୍କୁ ମୁଣ୍ଡ ଆଗରେ ମାଡ ହେବାରୁ ରକ୍ଷା ପାଇଯାଇଥାଏ।