ଘମାଘୋଟ ହେଲା ପଶ୍ଚିମବଙ୍ଗ ରାଜନୀତି, ବିଜେପିରେ ଯୋଗ ଦେଲେ ଭେଟରାନ୍‌ ବଲିଉଡ ଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀ

କେନ୍ୟୁଜ୍(ବ୍ୟୁରୋ):  ପଦ୍ମ ଧରିଲେ ମିଥୁନ ଚକ୍ରବର୍ତ୍ତୀ । ବିଜେପିରେ ଯୋଗ ଦେଲେ ଭେଟରାନ୍‌ ବଲିଉଡ ଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀ । ମିଥୁନଙ୍କ ବିଜେପିରେ ଯୋଗଦାନ ପରେ ଘମାଘୋଟ ହୋଇଛି ପଶ୍ଚିମବଙ୍ଗ ରାଜନୀତି । କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି । ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମଞ୍ଚରେ ମୋଦି ପହଁଚିବା ପୂର୍ବରୁ ଦେଖିବାକୁ ମିଳିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମିଥୁନ୍‌ ।

ମଞ୍ଚରେ ମିଥୁନଙ୍କୁ ଦେଖିବା ପରେ ରାଜନୈତିକ ମାହୋଲ ବେଶ ସରଗରମ । ବିଜେପିରେ ଯୋଗ ଦେଲେ ମିଥୁନ୍‌ । ଏହାସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବେ । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ରାଷ୍ଟ୍ରୀୟ ସମ୍ପାଦକ କୈଳାଶ ବିଜୟବର୍ଗେ । ଗତକାଲି ବିଳମ୍ବିତ ରାତିରେ ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ କୈଳାସ ବିଜୟବର୍ଗେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.