ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧: ଭାଜପାକୁ ଟାର୍ଗେଟ, ଆଜି ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମମତା ବାନାର୍ଜୀଙ୍କ ପଦଯାତ୍ରା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସିଲିଗୁଡ଼ିରେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ପଦଯାତ୍ରା କରିବେ। ଯେବେଠୁ ନିର୍ବାଚନ ତାରିଖ ଘୋଷଣା ହୋଇଛି, ସେବେଠୁ ହିଁ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିବାର କୌଣସି ବି ମଉକା ହାତଛଡ଼ା କରୁନାହାନ୍ତି। ଏଥିପୂର୍ବରୁ ସେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜେ ସ୍କୁଟି ଚଲାଇ ବିରୋଧ ପ୍ରଦର୍ଶନ କରିଥିଲେ।

ଆଜି ମମତା ସିଲିଗୁଡ଼ିରେ ପଦଯାତ୍ରାରେ ବାହାରି ବିରୋଧ ପ୍ରଦର୍ଶନ କରିବେ। ଏ ନେଇ ଶନିବାର ସେ ଘୋଷଣା କରିଥିଲେ। ଟିଏମ୍‌ସି ନେତା ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ମଧ୍ୟ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀ ମହିଳାମାନଙ୍କୁ ନେଇ ଦାର୍ଜିଲିଂ ମୋର୍‌ ଏବଂ ସିଲିଗୁଡ଼ିରେ ପଦଯାତ୍ରାର ଆୟୋଜନ କରିବେ।

କହି ରଖୁଛୁ, ଗତ କିଛିଦିନ ହେବ ରନ୍ଧନ ଗ୍ୟାସ୍‌ର ଦର ଲଗାତାର ଭାବେ ବଢ଼ିଚାଲିଛି। ବିନା ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୨୫ ଟଙ୍କା ବୃଦ୍ଧି ଘଟିଛି।ଫେବୃଆରୀରୁ ଏ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦର ୧୨୫ ଟଙ୍କା ବଢ଼ିସାରିଲାଣି। ୨୫ ଫେବୃଆରୀରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା, ଯାହାକି ତୃତୀୟ ଥର ପାଇଁ ଦାମ୍‌ ବଢ଼ିଥିଲା। ଏଥିପୂର୍ବରୁ ଫେବୃଆରୀ ୪ ଏବଂ ୧୪ରେ ସିଲିଣ୍ଡର ଦାମ୍‌ ବଢ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.