ସଂନ୍ଧ୍ୟାରେ ନିଅନ୍ତୁ ସୁଜି-ଆଳୁ ପକୋଡାର ମଜା, ମିନିଟରେ ହେବ ପ୍ରସ୍ତୁତ
ପକୋଡା ଖାଇବାର ମନ ସମସ୍ତଙ୍କୁ ପସନ୍ଦ। ଥଣ୍ଡା ଥଣ୍ଡା ପାଗରେ ତ ଏହାକୁ ଖାଇବାର ମଜା କିଛି ଅଲଗା। ଚା ସହିତ ପକୋଡା ଖାଇବାର ମଜା ସବୁଠୁ ନିଆରା। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଜି ଆଳୁ ପକୋଡା। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ଏକ କପ୍ ସୁଜି
- ଅଧା କପ୍ ଦହି
- ଏକ ଛୋଟ ଚାମଚ ଜୁଆଣୀ
- ଏକ କପ୍ ପିଆଜ (ଛୋଟ କଟା ହୋଇଥିବା)
- ଏକ ଛୋଟ ଚାମଚ କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
- ଏକ ଛୋଟ ଚାମଚ ଅଦା
- ଏକ ଛୋଟ ଚାମଚ୍ ରସୁଣ
- ଏକ ବଡ ଚାମଚ୍ ଚାଟ ମସଲା
- ଏକ ଛୋଟ ଚାମଚ ଗୋଲମରୀଚ ପାଉଡର
- ଲୁଣ ସ୍ୱାଦାନୁସାରେ
- ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ସୁଜି ଆଳୁର ପକୋଡା ବନାଇବା ପାଇର୍ ପ୍ରଥମେ ଏକ ପାତ୍ରରେ ସୁଜି ଏବଂ ଦହିକୁ ମିଶାଇ ୩୦ ମିନିଟ୍ ପର୍ୟ୍ୟନ୍ତ ରଖିଦିଅନ୍ତୁ।
- ଅଧଘଣ୍ଟା ପରେ ଆଳୁ, ଜୁଆଣୀ, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଚାଟ ମସଲା, ଗୋଲ ମରୀଚ ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରି ରଖିଦିଅନ୍ତୁ। - ତେଲ ଗରମ ହେବା ପରେ ଚାମଚରେ ଗୋଟେ ଗୋଟେ କରି ପକୋଡକୁ ତେଲରେ ପକାଇ ଛାଣି ଦିଅନ୍ତୁ।
- ସମସ୍ତ ପକୋଡାକୁ ଦୁଇ ପାର୍ଶ୍ୱରେ ସୁନେଲୀ ରଙ୍ଗ ହେବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହାକୁ ଏକ ପ୍ଲେଟରେ ବାହାର କରି ରଖିନିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସୁଜି ଏବଂ ଆଳୁ ପକୋଡା। ଏହାକୁ ଆପଣ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଖାଇପାରିବେ।