Below header

ଲୋକଙ୍କୁ ଜୀବନରୁ ମାରିବାକୁ ବାବା ଦେଉଥିଲେ ଧମକ: ଶେଷରେ ଗଛରେ ବାନ୍ଧି ଦେଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର : ଆତ୍ମଘୋଷିତ ବାବାଙ୍କୁ ଗଛରେ ବାନ୍ଧିଲେ ଉତ୍ତ୍ୟକ୍ତ ଲୋକେ। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଗୁର୍ଲାମାଲ୍‌ ଗାଁରେ ବାବାଙ୍କୁ ବାନ୍ଧିବା ଘଟଣା ସାମ୍ନାକୁ ଆସିଛି। ବାବାମଠର ବାବାଙ୍କ କଳା କାରନାମା ଓ ଦବଙ୍ଗଗିରିକୁ ନେଇ ପୂର୍ବରୁ ଚର୍ଚ୍ଚା ଥିବା ବେଳେ ଏବେ ଗଛରେ ବାନ୍ଧିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ତୁଳସୀ ବାଦଲ ଦାସ ନାମକ ବ୍ୟକ୍ତି ନିଜକୁ ବାବା ଭାବେ ପରିଚୟ ଦେଇ ବାବାମଠରେ ରହିଆସୁଥିଲେ। ତେବେ ନିଜ ପାଖରେ ମାରଣାସ୍ତ୍ର ସହ ବିଭିନ୍ନ ପୂଜା ସାମଗ୍ରୀ ରଖିବା ସହ ଅନେକ ସମୟରେ ଲୋକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଆସୁଥିଲା। ୨୮ ତାରିଖ ରାତିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ। ସଇଁନ୍ତଳା ପୋଲିସ ଖବର ପାଇ ଘଟଣାସ୍ଥଳରୁ ବାବାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ବାବାମଠରୁ ମାରଣାସ୍ତ୍ର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ଗ୍ରାମବାସୀ ଥାନାରେ ମାମଲା ଦାୟର ନକରିବାକୁ ବାବାକୁ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.