ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ

ଚଳିତ ଆଇପିଏଲର ଆଜିର ମ୍ଯାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଦଳ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିବ ।

ପଞ୍ଜାବ କିଙ୍ଗ୍ସ ଇତିମଧ୍ୟରେ ୬ଟି ମ୍ୟାଚ୍ ଖେଳିସାରିଛି । ସେଥିମଧ୍ୟରୁ ଦଳ ୨ଟି ବିଜୟ ଓ ୪ଟିରେ ପରାଜିତ ହେବା ସହ ମୋଟ ୪ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ଏଥର ଟାଇଟଲ ଦାବିଦାର ଭାବେ ଉଭା ହୋଇଛି । ଦଳ ୬ଟି ମ୍ୟାଚ୍ରୁ ୫ଟି ବିଜୟ ଓ ଗୋଟିଏରେ ପରାଜିତ ହୋଇଥିବାବେଳେ ପଏଣ୍ଟ ତାଲିକାରେ ମୋଟ ୧୦ପଏଣ୍ଟ ସହ ଦ୍ୱିତୀୟରେ ରହିଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡିକଲ, ରଜତ ପତିଦର, ଗ୍ଲେନ୍ ମ୍ୟାକ୍ୱେଲ, ଏବି ଡିଭିଲର୍ସ, ୱାସିଂଟନ୍ ସୁନ୍ଦର, ଡାନିଲ୍ ସାମ୍ସ, କେଲି ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଯୁଝବେନ୍ଦ୍ର ଚହଲ ।

ପଞ୍ଜାବ କିଙ୍ଗ୍ସ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ୍ ଅଗ୍ରୱାଲ, କ୍ରିସ୍ ଗେଲ୍, ଦୀପକ ହୁଡ଼ା, ଦାୱିଦ ମଲାନ, ମୋଏଜସ ହେନରିକ୍ସ, ଶାହରୁଖ ଖାନ, କ୍ରିସ୍ ଜୋର୍ଡାନ, ରବି ବିଶ୍ନୋଇ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.