Below header

ଦେଶରେ ବେକାବୁ କରୋନା ସଂକ୍ରମଣ: ସ୍ଥିତି ସମୀକ୍ଷା ପାଇଁ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବେକାବୁ ହୋଇଛି କରୋନା ସଂକ୍ରମଣ । ଏହା ମଧ୍ୟରେ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟାରେ ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହେବେ। ବୈଠକରେ ଦେଶରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।

ଏହା ସହ କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିବେ। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ। ୧୮ରୁ ୪୪ବର୍ଷ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟିକାକରଣ ଅଭିଯାନ ନେଇ ବୈଠକରେ ଆଲୋଚନା ହୋଇପାରେ। ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.