Below header

ଗିରଫ ହେଲେ ନକଲି ନେଭି ଅଫିସର, ନୌସେନା ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଯୁବକ

କଟକ(କେ ନ୍ୟୁଜ): ନକଲି ନେଭି ଅଫିସର ଗିରଫ । ଲୋକଙ୍କୁ ନୌସେନା ଅଧିକାରୀ ପରିଚୟ ଦେଇ ଠକୁଥିଲେ । ନୌସେନାରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗରେ କଟକରୁ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ତା ନାଁ ସୌମ୍ୟରଞ୍ଜନ ମିଶ୍ର । ନୌସେନା ଅଧିକାରୀ ସହ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ବୋଲି ନିଜକୁ ପରିଚୟ ଦେଇଥିଲା ଅଭିଯୁକ୍ତ । କଟକ ମହାନଦୀ ବିହାର ଅଞ୍ଚଳର

ଜଣେ ଯୁବକଙ୍କୁ ଦୁବାଇ ସାରଜାରେ ମର୍ଚ୍ଚାଣ୍ଟ ନେଭିରେ ସେକେଣ୍ଡ ଅଫିସର ଭାବରେ ୟୁଏସ୍‌ ଭିସା ଯୋଗାଇ ନିଯୁକ୍ତି କରାଇ ଦେବ କହି ଠକେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୌମ୍ୟରଞ୍ଜନ ନିକଟରୁ ଏକ କାର, ନକଲି ନୌସେନା ୟୁନିଫର୍ମ ଓ ନଗଦ ୩୩ ହଜାର ୮୦୦ ଟଙ୍କା ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.