Below header

ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱପ୍ନ ପୂରଣ କଲେ ପରିବାର ଲୋକେ, ଚକ୍ଷୁଦାନ କରି ଅନ୍ୟ ଜଣଙ୍କୁ ଦେଲେ ଦେଖିବାର ଶକ୍ତି

ବାଲେଶ୍ଵର(କେନ୍ୟୁଜ୍): ନିଜେ ସିନା ଆରପାରିକୁ ଚାଲିଗଲେ କିନ୍ତୁ ଅନ୍ୟ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପରିବାର ଲୋକେ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଡୁବୁଳିଆ ଗାଁର ମନ୍ମଥ ଆଦେକ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇ ଥିଲା ।

father

ତେବେ ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କୁ କହିଥିଲେ ମୁଁ ମରିଗଲେ ମୋ ଆଖିକୁ ନଷ୍ଟ ହେବାକୁ ଦେବନି । ଆଉ କେଉଁ ମଣିଷକୁ ଦାନ କରିଦେବ । ଯାହା ଦ୍ଵାରା ମୋ ଆଖିରେ ଆଉ କିଏ ଦୁନିଆ ଦେଖିବାର ସୁଯୋଗ ପାଇବ । ତେବେ ବାପାଙ୍କ ଏହି ଇଚ୍ଛାକୁ ପୂରଣ କରି ଖୁସି ଅନୁଭବ କରିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.