ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌, ସେୟାର କଲେ ଦେହରେ ସୂତା ଖିଅଟିଏ ବି ନ ଥିବା ଫଟୋ

ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କୁ ଫ୍ୟାସନ୍‌ କିଙ୍ଗ୍‌ ବୋଲି କୁହାଯାଏ। ପ୍ରାୟତଃ ନିଜ ନିଆରା ଷ୍ଟାଇଲ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି ଏହି ଅଭିନେତା। ଏହି କାରଣରୁ ତାଙ୍କୁ ଲୋକମାନେ ଟ୍ରୋଲ କରୁଥିଲେ ବି ତାଙ୍କୁ କିଛି ବି ଫରକ୍‌ ପଡ଼ିନଥାଏ। ଫ୍ୟାନ୍‌ଙ୍କୁ ସେ ଖୁବ୍‌ ଭଲ ପାଆନ୍ତି। କିନ୍ତୁ ନିଜକୁ ଯାହା ପସନ୍ଦ ସେଇୟା ହିଁ କରିଥାନ୍ତି ରଣବୀର। ତେବେ ବର୍ତ୍ତମାନ ରଣବୀର ସିଂହ ଏମିତି କିଛି କାମ କରିଛନ୍ତି ଯାହା ଦେଖିବା ପରେ ଫ୍ୟାନ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ଫଟୋସୁଟ୍‌ ଦେଖି ଲୋକମାନେ ନିଜ ଆଖିକୁ ବି ବିଶ୍ୱାସ କରିପାରିନାହାନ୍ତି। କାରଣ ଏଥରକ ରଣବୀର ସିଂହ ନ୍ୟୁଡ୍‌ ଫଟୋସୁଟ୍‌ କରିଛନ୍ତି।

ଏକ ଲୋକପ୍ରିୟ ମାଗାଜିନ୍‌ ପାଇଁ ରଣବୀର ସିଂହ ଏହି ନ୍ୟୁଡ୍‌ ବା ନଗ୍ନ ଫଟୋସୁଟ୍‌ କରିଛନ୍ତି। କିଛି ଫଟୋରେ ତ ତାଙ୍କ ଦେହରେ ସୂତା ଖିଅଟିଏ ବି ନାହିଁ। ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ପୋଜ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋରେ ରଣବୀର ବେଶ୍‌ କନିଫିଡେଣ୍ଟ ନଜର ଆସିଛନ୍ତି ଓ ନିଜ ମସ୍କୁଲାର ବଡିକୁ ଦେଖାଉଥିବା ନଜର ଆସିଛନ୍ତି। ରଣବୀରଙ୍କୁ ଏ ଅବସ୍ଥାରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ରିଆକ୍ସନ୍‌ ଦେଉଛନ୍ତି। କିଛି ଫ୍ୟାନ୍‌ ତ ନିଜକୁ ବିଶ୍ୱାସ କରିପାରୁନଥିବା କହିଛନ୍ତି।


ତେବେ ପୂର୍ବରୁ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହୁଥିବା ରଣବୀର, ଆଜି କିନ୍ତୁ ସମ୍ପୂର୍ଣ୍ଣ ନିଆରା ଲାଗୁଛନ୍ତି। ତାଙ୍କର ଏଭଳି ରୂପ ପୂର୍ବରୁ କେହି ଦେଖି ନଥିଲେ। ଏହି କାରଣରୁ କିଛି ଫ୍ୟାନ୍‌ ଏହାକୁ ଗ୍ରହଣ କରିପାରୁନାହାନ୍ତି।

 

View this post on Instagram

 

A post shared by Paper Magazine (@papermagazine)

ସୂଚନାଯୋଗ୍ୟ ଯେ ଲାଇଗର ଫିଲ୍ମ ପାଇଁ ସାଉଥ୍‌ଷ୍ଟାର ବିଜୟ ଦେବରକୋଣ୍ଡା ନିକଟରେ ନ୍ୟୁଡ୍‌ ହୋଇଥିଲେ। ତାଙ୍କର ଏହି ଫଟୋ ସର୍ବସମ୍ମୁଖକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ହଙ୍ଗାମା ହୋଇଥିଲା। ବିଜୟ ନ୍ୟୁଡ୍‌ ଫଟୋସୁଟ୍‌ ବେଳେ ହାତରେ ଗୋଲାପ ଫୁଲ ଧରିଥିଲେ।

 

View this post on Instagram

 

A post shared by Karan Johar (@karanjohar)

ବିଜୟଙ୍କ ପରେ ଏବେ ରଣବୀର ସିଂହଙ୍କର ଏଭଳି ଅବତାର ଦେଖି ଫ୍ୟାନ୍‌ ମାନେ ବିଶ୍ୱାସ କରିପାରୁନାହାନ୍ତି। ସେମାନେ କମେଣ୍ଟ କରୁଛନ୍ତି ଯେ ଷ୍ଟାରଙ୍କୁ ଏମିତି ଫଟୋସୁଟ୍‌ କରାଇବାର କ’ଣ ଆବଶ୍ୟକତା ରହିଛି।

Also Read: ମାଂସର ଦାମ୍‌ ବଢ଼ିବା ପାଇଁ ମହିଳାଙ୍କ ଜଙ୍ଘ ଦାୟୀ: ମସ୍‌ଜିଦ୍‌ ମୁଖ୍ୟ ଦେଲେ ଏଭଳି ବିବାଦୀୟ ବୟାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.