Below header

ଭଦ୍ରକ -ଆଗରପଡା ରାସ୍ତା ଅରଞ୍ଜି ରାଇମଣି ଠାରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ- ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାରେ ୨୩ ଆହତ

ଯାତ୍ରୀବାହୀ ବସ ଭଦ୍ରକରୁ ଆଗରପଡା ଆଡ଼କୁ ଯାଉଥିବା ବେଳେ ଆଗରପଡା ମେଡିକାଲରୁ ଏକ ଆମ୍ବୁଲାନ୍ସ ରୋଗୀ ଙ୍କୁ ନେଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆସୁଥିବା ବେଳେ ରାଇମଣି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବସରେ ଥିବା ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଯାତ୍ରୀବାହୀ ବସ- ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାରେ ୨୩ ଆହତ। ଭଦ୍ରକ -ଆଗରପଡା ରାସ୍ତାର ଅରଞ୍ଜି ନିକଟ ରାଇମଣି ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ ଭଦ୍ରକରୁ ଆଗରପଡା ଆଡ଼କୁ ଯାଉଥିବା ବେଳେ ଆଗରପଡା ମେଡିକାଲରୁ ଏକ ଆମ୍ବୁଲାନ୍ସ ରୋଗୀ ଙ୍କୁ ନେଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆସୁଥିବା ବେଳେ ରାଇମଣି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବସରେ ଥିବା ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଛନ୍ତି।

ସେମାନ ଙ୍କ ମଧ୍ୟରେ ୮ ଜଣ ଛାତ୍ରୀ, ୬ଜଣ ମହିଳା ଏବଂ ୯ ଜଣ ପୁରୁଷ ରହିଛନ୍ତି। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସା କରାଯାଉଥିବା ବେଳେ ୨ଜଣ ଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ବସଟି ରାସ୍ତାପାର୍ଶ୍ଵକୁ ଓଲଟି ପଡିଥିଲା ବେଳେ ଆମ୍ବୁଲାନ୍ସ ଟି ନାଳ କଡ଼କୁ ଓଲଟି ପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.