ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ପାଇଁ କାହିଁକି ହୋଇଥିଲା ଉଦ୍ୟମ ? ଇସ୍ରାଏଲ-ଗାଜା ସହ ଏହାର କିଛି ସମ୍ପର୍କ ରହିଛି କି ? ଏମିତି କିଛି ପ୍ରସଙ୍ଗରେ ଆବେଗପୂର୍ଣ୍ଣ ପୋଷ୍ଟ କରିଛନ୍ତି । ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ। ସେ କହିଛନ୍ତି ମୋର ଇହୁଦୀ ଓ ମୁସଲମାନ ପରିବାର ସଦସ୍ୟ ଅଛନ୍ତି।

ସେମାନଙ୍କୁ ମୁଁ ଖୁବ ଭଲପାଏ। ଇମ୍ରାନ ଖାନଙ୍କୁ ବାହା ହେବା ପରେ ମୋତେ ୧୦ ବର୍ଷ ପାକିସ୍ତାନରେ ରହିବାକୁ ପଡିଥିଲା। ହେଲେ ମୁଁ ଇହୁଦୀ ହୋଇଥିବାରୁ ପାକିସ୍ତାନରେ ମତେ ବେଶ ହଇରାଣ ହେବାକୁ ପଡିଥିଲା। ଏବେ ବି ମୋତେ ଧମକ ମିଳୁଛି। ପାକିସ୍ତାନରେ ଇମ୍ରାନଙ୍କୁ ଗୁଳି କରାଯାଇଥିଲା।

ମୁଁ ଇହୁଦୀ ହୋଇଥିବାରୁ ଇମ୍ରାନଙ୍କ ଉପରେ ଗୁଳି କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଜେମିମା। ଏବେ ବ୍ରିଟେନରେ ରହୁଥିବା ଜେମିମାଙ୍କ ପିଲାମାନଙ୍କୁ ମଧ୍ୟ ଇସଲାମ ବିଦ୍ୱେଷ ଭୋଗିବାକୁ ପଡୁଛି। ପାକିସ୍ତାନରେ ତାଙ୍କୁ ଇହୁଦୀ ବିଦ୍ୱେଷ ଭୋଗିବାକୁ ପଡୁଥିଲା।

ଏହି ପୋଷ୍ଟରେ ଜେମିମା ଇସ୍ରାଏଲ-ଗାଜା ବିବାଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଗୋଟିଏପଟେ ସେ ଇସ୍ରାଏଲୀମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିବା ବେଳେ ଗାଜା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ହିଂସା ଦ୍ୱାରା ଶାନ୍ତି ଫେରାଇ ଆଣିହେବ ନାହିଁ। ବରଂ ଏହା ଅଧିକ ହିଂସା ଓ ଆତଙ୍କବାଦ ସୃଷ୍ଟି କରିବ ବୋଲି ଜେମିମା ନିଜ ପୋଷ୍ଟରେ କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.