ମୋବାଇଲରେ ଏବେ ରଖିପାରିବେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ
ଖୁବ ଶୀଘ୍ର ଆପଣ ନିଜ ମୋବାଇଲରେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ ରଖିପାରିବେ। ଏ ସମ୍ପର୍କରେ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି ହ୍ୱାଟ୍ସଆପ ପରିଚାଳନାକାରୀ ମେଟା କମ୍ପାନୀର ସିଇଓ ମାର୍କ ଜୁକରବର୍ଗ।
ଖୁବ ଶୀଘ୍ର ଆପଣ ନିଜ ମୋବାଇଲରେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ ରଖିପାରିବେ। ଏ ସମ୍ପର୍କରେ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି ହ୍ୱାଟ୍ସଆପ ପରିଚାଳନାକାରୀ ମେଟା କମ୍ପାନୀର ସିଇଓ ମାର୍କ ଜୁକରବର୍ଗ। ଏହି ବୈଶିଷ୍ଟ୍ୟ ଯୋଗୁଁ ଗୋଟିଏ ସମୟରେ ଦୁଇଟି ଯଥା- ବ୍ୟକ୍ତିଗତ ଓ ଅଫିସିଆଲ ହ୍ୱାଟ୍ସଆପ୍ ଆକାଉଣ୍ଟ ଲଗ୍ ଇନରେ ରହିପାରିବ।
ଫଳରେ ବାରମ୍ବାର ଆପଣଙ୍କୁ ଲଗ୍ ଇନ ଓ ଲଗ୍ ଆଉଟ କରିିବାକୁ ପଡିବ ନାହିଁ କିମ୍ବା ଭୁଲ ବ୍ୟକ୍ତିଙ୍କୁ ମେସେଜ ଚାଲିଯିବା ସମ୍ପର୍କରେ ଚିନ୍ତା କରିବାକୁ ପଡିବ ନାହିଁ ବୋଲି ଜୁକରବର୍ଗ ନିଜ ପୋଷ୍ଟରେ ଦର୍ଶାଇଛନ୍ତି।