ଗାଜା ହସ୍ପିଟାଲ ଟ୍ରାଜେଡିରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗାଜା ହସ୍ପିଟାଲ ଟ୍ରାଜେଡିରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସଙ୍କ ସହ କଥା ହୋଇ ଶୋକ ପ୍ରକାଶ କରିଛନ୍ତି ମୋଦି।
![gaza](https://knewsodisha.com/wp-content/uploads/2023/10/gaza-2.jpg)
ଗାଜା ହସ୍ପିଟାଲ ଟ୍ରାଜେଡିରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସଙ୍କ ସହ କଥା ହୋଇ ଶୋକ ପ୍ରକାଶ କରିଛନ୍ତି ମୋଦି। ଗାଜାର ଅଲ ଆହଲି ହସ୍ପିଟାଲରେ ରକେଟ ମାଡ଼ରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ପାଲେଷ୍ଟାନ ଲୋକଙ୍କ ପାଇଁ ଭାରତର ମାନବୀୟ ସହାୟତା ଜାରି ରହିବ ବୋଲି କହିଛନ୍ତି ମୋଦି। ଆତଙ୍କବାଦ, ହିଂସା ଏବଂ ବିପର୍ଯ୍ୟସ୍ତ ସୁରୀକ୍ଷା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ସ୍ଥାୟୀ ନୀତି ସ୍ଥିର ରହିବ ବୋଲି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ।