ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ
ବିଧାନସଭା ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନ । ଆସିବ ଅନ୍ତରୀଣ ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର।

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନ । ଆସିବ ଅନ୍ତରୀଣ ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର ।
ଏଥର କାମଚଳା ବଜେଟ୍ ଆକାର ଲକ୍ଷେ କୋଟି ଟପିପାରେ । ଆଗକୁ ସାଧାରଣ ନିର୍ବାଚନ । ତେଣୁ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ଅନ୍ତରୀଣ ବଜେଟ୍ ଆଣିବେ । ଫୋସକରେ ରହିବ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ ଯୋଜନା,ମଧୁବାବୁ ପେନସେନ ଯୋଜନା ଓ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇପାରେ ।